୫୦୦ଟଙ୍କାର ଏପରି କରନ୍ତୁ ନିବେଶ ହୋଇପାରିବେ କୋଟିପତି , ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ : ଏବେ ୨୦୧୯ ମସିହାରେ ନୂଆବର୍ଷ ଆରମ୍ଭ ହୋଇଛି। ଯଦି ବର୍ଷ ଆରମ୍ଭରୁ ଆପଣ କିଛି ଟଙ୍କା ସଚଂୟକୁ ନେଇ ସଠିକ୍ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କର କୋଟିପତି ହେବାର ଖୁବ ସମ୍ଭାବନା ରହିଛି। ଏଥିପାଇଁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି ସଠିକ୍ ସଂଞ୍ଚୟ ଏବଂ ନିବେଶ। ଯଦି ଆପଣ ଏହି ଦୁଇଟି କାମ କରିପାରୁଛନ୍ତି ତେବେ ଏଠାରେ ରହିଛି କିଛି ଖାସ ଟିପ୍ସ।
ଯଦି ଆପଣ ୧୦କୋଟି ଟଙ୍କାର ମାଲିକ ହେବାକୁ ଚାହୁଁଛନ୍ତି ତେବେ ଦୈନିକ ୫୦୦ ଟଙ୍କା ଅର୍ଥାତ୍ ମାସକ ୧୫ହଜାର ଟଙ୍କାର ନିବେଶ କରିବାକୁ ପଡ଼ିବ। ଏହାପରେ ଏହି ଟଙ୍କାକୁ ସଠିକ୍ ସ୍ଥାନରେ ନିବେଶ କରିବାକୁ ପଡ଼ିବ। ଏପରି କରିବା ଦ୍ବାରା ମାତ୍ର ୩୦ବର୍ଷ ମଧ୍ୟରେ ଆପଣ ୧୦କୋଟି ଟଙ୍କା ସଞ୍ଚୟ କରିପାରିବେ। ଏପରିକି ଆପଣ ପ୍ରତି ବର୍ଷ ନିଜ ଫଣ୍ଡରେ ଅପଣ ୧୦ପ୍ରତିଶତ ବଢ଼ାଇ ମଧ୍ୟ ସଞ୍ଚୟ କରିପାରିବେ। ଏପରି କରିବା ଦ୍ବାରା ଆପଣଙ୍କୁ କୋଟି ହେବାରୁ କିଏ ଅଟକାଇ ପାରିବେ ନାହିଁ।
କେଉଁଠାରେ କରିବେ ନିବେଶ :
୧୦ କୋଟି ପାଇଁ ଆପଣଙ୍କୁ ଇକ୍ୟୁଟି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ପଡ଼ିବ। ଯଦି ଆପଣ ପ୍ରତିମାସରେ ୧୫ହଜାର ଟଙ୍କା ଏପରି ଭାବେ ନିବେଶ କରୁଛନ୍ତି ତେବେ ବର୍ଷକ ୧୫ ପ୍ରତିଶତ ରିଟର୍ନ ହିସାବରେ ୩୦ ବର୍ଷରେ ସଂପୂର୍ଣ୍ଣ ୧୦.୫୦ କୋଟି ଟଙ୍କା ମିଳିବ।
ଏପରି ହେବ ୫୦୦ଟଙ୍କାର ୧୦ କୋଟି
୧୦କୋଟି ଫଣ୍ଡ ପାଇଁ ମାସକ ୧୫ହଜାର ନିବେଶ କରିବାକୁ ପଡ଼ିବ। ଦେଖିବାକୁ ଗଲେ ବିଗତ ୧୨ ମାସ ମଧ୍ୟରେ ଇକ୍ୟୁଟି ଫଣ୍ଡ ୩୦ରୁ ୫୦ପ୍ରତିଶତ ରିଟର୍ନ ମିଳିଥିଲା। କିନ୍ତୁ ଏପରି ସବୁବେଳେ ହେବ ତାହା ସମ୍ଭବପର ନୁହଁ। ସେହିପରି ଦେଖିବାକୁ ଗଲେ ଗତ ୧୦ବର୍ଷରେ ୧୦.୪୫ ପ୍ରତିଶତ ଏବଂ ପାଞ୍ଚ ବର୍ଷ ମଧ୍ୟରେ ୧୬.୫୮ପ୍ରତିଶତ ରିଟର୍ନ ମିଳିଥିଲା।
ଆପଣଙ୍କୁ କହିବାକୁ ଚାହିଁବୁ ୧ଲକ୍ଷଟଙ୍କା ମ୍ୟୁଟୁଲ୍ ଫଣ୍ଡ ରିଟର୍ନରେ ୧୦ପ୍ରତିଶତ ଟ୍ୟାକ୍ସ ଲାଗିଥାଏ। ଏହି ନିୟମ ପୂର୍ବରୁ ନଥିବା ବେଳେ ଗତ ବର୍ଷ ଏପ୍ରିଲ ୧ରୁ ଏହାକୁ ଆରମ୍ଭ କରାଯାଇଛି। ମ୍ୟୁଟ୍ୟୁଆଲ ଫଣ୍ଡରେ ମିଳିଥିବା ରିଟର୍ନ ଟ୍ୟକ୍ସ ସଂପୂର୍ଣ୍ଣ ମାଗଣା ମିଳିଥାଏ।