D2h ତରଫରୁ ଲକଡାଉନ ଗିଫ୍ଟ, ମାତ୍ର ଏକ ଟଙ୍କାରେ ମିଳିବ ଏକାଧିକ ଚ୍ୟାନେଲ

ଲକଡାଉନ ବେଳେ ଲୋକମାନେ ଯେଭଳି ଟିଭି ଦେଖିବା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି Dish TVର ଡିଟିଏଚ ବ୍ରାଣ୍ଡ d2h ନୂଆ ପ୍ଲାନ ଘୋଷଣା କରିଛି। ଏଥିସହ ଗ୍ରାହକଙ୍କ ପାଇଁ କେତେକ ନୂଆ ଅଫର ଓ ପ୍ୟାକେଜ ଆଣିଛି। ଲାଟେଷ୍ଟ ଫ୍ରେଣ୍ଡ ଆଣ୍ଡ ଫ୍ୟାମିଲି ରିଚାର୍ଜ ସାହାଯ୍ୟରେ ଜଣେ d2h ଗ୍ରାହକ ଆଉ ଜଣଙ୍କର ରିଚାର୍ଜ କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ୱେବସାଇଟ କିମ୍ବା d2h ଇନଫିନିଟି ଆପକୁ ଯିବାକୁ ପଡ଼ିବ।

D2h Stream Android-based set-top box, D2h Magic Stick launched in ...

ରମଜାନ ଚାଲିଥିବାରୁ ମୁସଲିମ ୟୁଜରଙ୍କ ପାଇଁ ଇସଲାମିକ ସ୍ପିରିଚୁଆଲ ସର୍ଭିସ “ଇବାଦତ ଆକ୍ଟିଭ” ଚ୍ୟାନେଲ ନମ୍ବର ୭୮୬ ରେ ମିଳିଛି। ଏଥିପାଇଁ କେବଳ ଏକ ଟଙ୍କା ଦେବାକୁ ପଡ଼ିବ। ଏହା ବ୍ୟତୀତ ଗ୍ରାହକ ମିସଡ କଲ ଦେଇ ୭୮.୬୦ ଟଙ୍କିଆ “ସ୍ପେଶାଲ ରମଜାନ କମ୍ବୋ” କୁ ମଧ୍ୟ ଆକ୍ଟିଭ କରିପାରିବେ। ଏଥିରେ ରମଜାନ ସ୍ପେଶାଲ ଶୋ କୋରାନ ଆଲ୍ଲା କା କଲାମ ଓ ରମଜାନର ସ୍ୱତନ୍ତ୍ର ଶୋ ଦେଖିବାକୁ ମିଳିବ।

TRAI new DTH rules from Feb 1: Base pricing, will TV bill go up, a ...

କରୋନା ସଂକ୍ରମଣ ଯୋଗୁ ଭାରତରେ ଲକଡାଉନର ଅବଧି ବୃଦ୍ଧି କରାଯାଇଥିବାରୁ ଲୋକମାନେ ଅଧିକ ସମୟ ଟିଭି ସାମ୍ନାରେ ବିତାଉଛନ୍ତି। ଏଣୁ ଗ୍ରାହକଙ୍କୁ ମାତ୍ର ୧ ଟଙ୍କାରେ ଫିଟନେସ ସର୍ଭିସ, ଡ୍ୟାନ୍ସ ଆକ୍ଟିଭ, ଥ୍ରୀଲର ଆକ୍ଟିଭ, ଏଭରଗ୍ରୀନ କ୍ଲାସିକ ଆକ୍ଟିଭ, କମେଡି ଆକ୍ଟିଭ ଓ କିଡ୍ସ ଆକ୍ଟିଭ ଆଦି ଉପହାର ସ୍ୱରୂପ ଯୋଗାଇଦେଇଛି। ତେବେ କେବଳ ପ୍ରଥମ ମାସରେ ହିଁ ଏଥିପାଇଁ ଟଙ୍କାଟେ ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.