ପୁଣିଥରେ ସହାୟତାର ହାତ ବଢ଼ାଇଲେ ଭାଇଜାନ, ୪୫ ହଜାର କଳାକାରଙ୍କ ଆକାଉଣ୍ଟରେ ଦେଲେ ଏତେ କୋଟି

କରୋନା ଭାଇରସ ଯୋଗୁ ଦେଶରେ ଲକଡାଉନ ଜାରି ରହିଛି। ଏଭଳି ଜଟିଳ ପରିସ୍ଥିତିରେ ସରକାରଙ୍କ ସମେତ ବଡ଼ ବଡ଼ କଳାକାରମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଲିଉଡର ଭାଇଜାନ ମଧ୍ୟ ଏଭଳି ଖରାପ ସମୟରେ ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ଓ ଏବେ ସେ ନିଜ କଥା ରଖିଛନ୍ତି। ସଲମାନ ଦିନ ମଜୁରିଆଙ୍କ ଖାତାରେ ଟଙ୍କା ଜମା କରିଥିବା ଦେଖିବାକୁ ମିଳିଛି।

Coronavirus: Plasma treatment to be trialled - BBC News

ସଲମାନ ଖାନ ଅଲ ଇଣ୍ଡିଆ ସ୍ପେଶାଲ ଆର୍ଟିଷ୍ଟ ଆସୋସିଏସନ(AISAA) ଅଧୀନରେ ଆସୁଥିବା ପ୍ରାୟ ୪୫ ହଜାର କଳାକାରଙ୍କ ବ୍ୟାଙ୍କ ଖାତାରେ ତିନି ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି।

ଏନେଇ ଭାରତ ଫିଲ୍ମରେ କାମ କରିଥିବା ଜଣେ ଜୁନିଅର ଆର୍ଟିଷ୍ଟ ପ୍ରବୀଣ ରାଣା କହିଛନ୍ତି ଯେ ଏହି ସଙ୍କଟ ସମୟରେ କେହି ଆମକୁ ସାହାଯ୍ୟ କଲେ ନାହିଁ। କିନ୍ତୁ ଜଣଙ୍କୁ ହିଁ ଆମ କଥା ମନେ ପଡ଼ିଲା। ତାଙ୍କ ଆକାଉଣ୍ଟରେ ୩ ହଜାର ଟଙ୍କା ଆସିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଥିଲେ। ଏନେଇ FWICEର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ଯେ ଏବେ ଯାଏଁ ସଲମାନ ଖାନ ୪୫ ହଜାର ଜଣଙ୍କୁ ସାହାଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.