Below header

ଆୟକରଦାତାଙ୍କୁ ଆଶ୍ୱସ୍ତି, ପୁଣି ଘୁଞ୍ଚିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଡେଡ୍‌ ଲାଇନ୍‌

କେନ୍ୟୁଜ୍(ବ୍ୟୁରୋ): ଆୟକରଦାତାଙ୍କୁ ଆଶ୍ୱସ୍ତି । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଡେଡ୍‌ ଲାଇନ୍‌ ପୁଣି ଘୁଞ୍ଚିଲା । ଏହାକୁ ନଭେମ୍ବର ୩୦ରୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି । ଏନେଇ ସିବିଟିଡି ସୂଚନା ଦେଇଛି । ପୂର୍ବରୁ ମେ ମାସରେ ଆୟକର ରିଟର୍ଣ୍ଣ ଫାଇଲ ତାରିଖ ଜୁଲାଇ ୩୧ରୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଥିଲା ।

ଏବେ ପୁଣି ସିବିଡିଟି ଏହାକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛନ୍ତି । ସେହିପରି ଯେଉଁ ଆୟକରଦାତାଙ୍କ ଆକାଉଣ୍ଟ ଅଡିଟ୍‌ର ଆବଶ୍ୟକତା ରହିଛି, ସେମାନଙ୍କ ରିଟର୍ଣ୍ଣ ଫାଇଲ ତାରିଖ ୨୦୨୧ ଜାନୁଆରୀ ୩୧ ଯାଏ ବୃଦ୍ଧି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.