ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କଣ, କେମିତି ମିଳେ ସୁବିଧା ଏବଂ କିଏ ଉଠାଇପାରିବେ ଲାଭ ଜାଣନ୍ତୁ

ଆକସ୍ମିତ ମୃତ୍ୟୁ ଭାରତରେ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ। ପୀଡିତ ପରିବାରଙ୍କୁ ଆର୍ଥିକ ରୂପେ ସାହାଯ୍ୟ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ନାମକ ଏକ ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି। ଏହି ଯୋଜନା ହେଉଛି ଏକ ବ୍ୟକ୍ତିଗତ ବୀମା ଯୋଜନା ଅଟେ, ଯାହା ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ବିକଳାଙ୍ଗତା କ୍ଷେତ୍ରରେ ସୁରକ୍ଷା ଦେଇଥାଏ।

ଏହି ଯୋଜନା ପାଇଁ କିଏ ଯୋଗ୍ୟ

ଯୋଜନାକୁ ନେବାକୁ ହେଲେ ବ୍ୟକ୍ତିଙ୍କ ବୟସ ୧୮ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ବ୍ୟକ୍ତିଙ୍କ ପାଖରେ ଏକ ସଞ୍ଚୟ ଖାତା ଥିବା ଉଚିତ ଏବଂ ପଲିସି ପ୍ରିମିୟମ୍‌ କାଟ୍‌ ପାଇଁ ଏକ ଅଟୋ ଡେବିଟ୍‌ ନିର୍ଦ୍ଦେଶ ନିର୍ଦ୍ଧାରିତ କରିବା ଉଚିତ।

ଆପ୍ଲିକେସନ୍‌

ଏହି ସାମାଜିକ ସୁରକ୍ଷା ଯୋଜନାକୁ ଆକ୍ଟିଭେଟ କରିବା ପାଇଁ ଖାତାଧାରକଙ୍କୁ ପ୍ରଥମେ ସେହି ବ୍ୟାଙ୍କର ଇଣ୍ଟରନେଟ ବ୍ୟାକିଙ୍ଗରେ ଲଗଇନ୍‌ କରିବାକୁ ହେବ, ଯେଉଁ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ଅଛି। ଏବଂ ସେହି ଅନୁସାରେ ଯୋଜନା ପାଇଁ ଆବେଦନ ପ୍ରକ୍ରିୟାକୁ ପାଳନ କରିବାକୁ ହେବ।

ଇନସୁରାନ୍ସ କଭର

ବୀମା କଭର ୧ ଜୁନ ରୁ ୩୧ ମଇ ପର୍ଯ୍ୟନ୍ତ ଏକ ବର୍ଷର ଅବଧୀରେ ରହୁଛି। ଯୋଜନା ଅନୁଯାୟୀ ମୋଟ ବୀମା ରାଶି ୨ ଲକ୍ଷ ଟଙ୍କା ରହିଛି।

ପ୍ରିମିୟମ ପେମେଣ୍ଟ

ପଲିସି ପାଇଁ ଦେୟ ପ୍ରିମିୟମ କେବଳ ୧୨ ପ୍ରତି ବର୍ଷ ରହିଛି ଏବଂ ଏହା ଅଟୋମେଟିକ ରୂପରେ ବ୍ୟାଙ୍କ ଖାତାରେ ଡେବିଟ୍‌ ହୋଇଯିବ। ପ୍ରତି ବର୍ଷ ୨୫ ମଇ ରୁ ୩୧ ମଇ ଭିତରେ ବ୍ୟାଙ୍କ ଖାତାରୁ ରିନ୍ୟୁଲ୍‌ ପ୍ରିମିୟମ ମଧ୍ୟ କଟିଯିବ, ଯେତେ ପର୍ଯ୍ୟନ୍ତ ଖାତା ଧାରକ କ୍ୟାନ୍ସଲ କରିବାକୁ ନିର୍ଦ୍ଦେଶ ନଦେଇଛନ୍ତି।

ଏହା ପ୍ରତି ଦିଅନ୍ତୁ ଗୁରୁତ୍ୱ

ଜଣେ ବ୍ୟକ୍ତି କେବଳ ଗୋଟିଏ ବ୍ୟାଙ୍କ ଖାତା ମାଧ୍ୟମରେ ଯୋଜନାର ଲାଭ ଉଠାଇପାରିବ।
ଯଦି କୌଣସି ବ୍ୟକ୍ତି ୧ ଜୁନ କିମ୍ବା ତାପରେ ଯୋଜନାରେ ସାମିଲ ହେଉଛନ୍ତି, ତାହେଲେ ବୀମା କଭର ସେହି ତାରିଖରୁ ଆରମ୍ଭ ହୋଇଯିବ ଯେତେ ପର୍ଯ୍ୟନ୍ତ ଖାତାରୁ ପ୍ରିମିୟମ ଆସନ୍ତା ବର୍ଷର ୩୧ ମଇ ପର୍ଯ୍ୟନ୍ତ ଡେବିଟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.