ମୁଖ୍ୟଶାସନ ସଚିବଙ୍କୁ ନେଇ ମୋଦି ବନାମ ଦିଦି, ସ୍ବେଚ୍ଛାକୃତ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ

କେନ୍ୟୁଜ୍(ବ୍ୟୁରୋ):  ସ୍ବେଚ୍ଛାକୃତ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟମଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକୁ ଆସିନଥିବାରୁ କେନ୍ଦ୍ର ତରଫରୁ  ହୋଇଥିଲା କାରଣ ଦର୍ଶାଓ ନୋଟିସ । ଆଲାପନ ବନ୍ଦୋପାଧ୍ୟାୟଙ୍କ ଆଜି ଅବସର ନେବାର ଦିନ ଥିବା ବେଳେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଦେଇ ଦିଦି ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି | ଆସନ୍ତାକାଲିଠୁ ଆଲାପନ ବନ୍ଦୋପାଧ୍ୟାୟ ମୁଖ୍ୟ ପରାମର୍ଶଦାତା ଭାବେ କାମ ଆରମ୍ଭ କରିବା ସହ ଗୃହ ସଚିବ ହରି କୃଷ୍ଣ ଦ୍ୱିବେଦୀ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିବେ | ଗୃହ ସଚିବ ହରି କୃଷ୍ଣ ଦ୍ୱିବେଦୀଙ୍କୁ ଆଜି କେନ୍ଦ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଥିବା ଜଣାପଡିଛି।

ଅଲପନଙ୍କୁ କେନ୍ଦ୍ରକୁ ନପଠାଇବାକୁ ମମତାଙ୍କ କଡ଼ା ଆଭିମୂଖ୍ୟ। ମୁଖ୍ୟ ସଚିବଙ୍କ ଏଠାରେ ଅନେକ ଦାୟିତ୍ୱ ରହିଛି। ଦୀଘାରେ ସ୍ଥିତି ଅନୁଧ୍ୟାନ ପରେ ଧୀବରଙ୍କୁ କ୍ଷତିପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି। ମୁଖ୍ୟ ସଚିବ ଏହି ଦାୟିତ୍ୱକୁ ତୁଲାଇବେ। ବାତ୍ୟା ୟସ ଓ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା ବୈଠକ ପରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସକାଳ ୧୦ଟା ସୁଦ୍ଧା ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର ଡିପାର୍ଟମେଣ୍ଟ ଓ ଟ୍ରେନିଂରେ ରିପୋର୍ଟ ପାଇଁ ରହିଥିଲା ନିର୍ଦ୍ଦେଶ। କିନ୍ତୁ ଏହା ପୂର୍ବରୁ ଦିଦି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ପଠାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କହିଛନ୍ତି, କେନ୍ଦ୍ରର ଏକତରଫା ଚିଠିରେ ସେ ମର୍ମାହତ ଓ ସ୍ତବ୍‌ଧ। ସଙ୍କଟ ସମୟରେ ବେଙ୍ଗଲ ମୁଖ୍ୟଶାସନ ସଚିବଙ୍କୁ ଛାଡ଼ି ପାରିବନାହିଁ ଓ ଛାଡୁନାହିଁ ବୋଲି କହିଛନ୍ତି। ବୈଠକରେ ଉପସ୍ଥିତ ଥିଲେ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟ।

ମୁଖ୍ୟଶାସନ ସଚିବଙ୍କୁ କେନ୍ଦ୍ରକୁ ଫେରାଇବାକୁ ଚିଠି ଅଭୂତପୂର୍ବ ଓ ଅସାମ୍ବିଧାନିକ। କେନ୍ଦ୍ର ସରକାରଙ୍କ ସହ ବିଚାରବିମର୍ଶ ପରେ ସାମ୍ବଧାନିକ ପ୍ରକ୍ରିୟାରେ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟକାଳକୁ ଜୁନ ୧ରୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମେ ୨୪ରେ କାର୍ଯ୍ୟକାଳ ବୃଦ୍ଧି ପାଇଁ ଅନୁମତି ଦେବା ପରେ ମଧ୍ୟ ରାତିଅଧିଆ ଦିଲ୍ଲୀ ଡାକରାରେ ସେ ଆଚମ୍ବିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମମତା ବାନାର୍ଜୀ। ଏହି ସମୟରେ ଲଢେଇ ନୁହେଁ, ମିଳିତ ସହଯୋଗରେ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଲୱାଲ। କିନ୍ତୁ ସେପଟେ କେନ୍ଦ୍ରକୁ ରିଲିଭ ହୋଇନଥିବାରୁ କାର୍ମିକ ବିଭାଗ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେବା ଆଶଙ୍କା ସୃଷ୍ଟି ହୋଇଛି।

 

ବାତ୍ୟା ୟସ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୮ତାରିଖ କୋଲକାତା ବୈଠକରୁ ବିବାଦ ଆରମ୍ଭ। ମୁଖ୍ୟମନ୍ତ୍ରୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଓ ସିଏସଙ୍କ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରି ଉଭୟ ସେଠାରୁ ଦୀଘା ଚାଲିଯାଇଥିଲେ। ମେ ୩୧ ସକାଳ ୧୦ଟା ସୁଦ୍ଧା କାର୍ମିକ ବିଭାଗରେ ରିପୋର୍ଟ କରିବାକୁ ରାତାରାତି କେନ୍ଦ୍ରରୁ ଆସିଥିଲା ଚିଠି। ଏହାକୁ ବିରୋଧ କରିଛନ୍ତି ମମତା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.