ଧନତେରସ ଓ ଦୀପାବଳୀରେ Phone Pay ର ଖାସ ଅଫର, ହଜାର ଟଙ୍କାର ସୁନାରେ ମିଳିବ ୩ ହଜାର ଟଙ୍କା କ୍ୟାସବ୍ୟାକ
ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସବ୍ୟାକ ଅଫର୍ ର ଲାଭ ଉଠାଇପାରିବେ ।

ଧନତେରସ ଏବଂ ଦୀପାବଳୀ ଅବସରରେ ଗ୍ରାହକଙ୍କ ପାଇଁ ଫୋନ ପେ ଆଣିଛି ବଢିଆ ସୁଯୋଗ … ସୁନା କିଣିବା ଉପରେ ଫୋନ୍ ପେ ପକ୍ଷରୁ ସମସ୍ତଙ୍କୁ ଦିଆଯାଉଛି ଆକର୍ଷଣୀୟ ଅଫର । ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସବ୍ୟାକ ଅଫର୍ ର ଲାଭ ଉଠାଇପାରିବେ । ଏହି ଅଫର ଆସନ୍ତା ନଭେମ୍ବର ୯ ରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ .. ଏହାରି ମଧ୍ୟରେ ସମସ୍ତ ୟୁଜର୍ସ ଏହାର ଲାଭ ଉଠାଇପାରିବେ ।
ଭାରତରେ ୧୯,୦୦୦ରୁ ଅଧିକ ପୋଷ୍ଟାଲ କୋଡରେ ୧ କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ଦିଆଯାଇଥିବା ମୂଲ୍ୟରେ ଉଚ୍ଚ ଶୁଦ୍ଧତାର ୨୪କ୍ୟାରେଟ ସୁନା କିଣିଛନ୍ତି । ଫୋନପେରେ ଡିଜିଟାଲ ସୁନା କିଣିବାର ଅନ୍ୟକିଛି ସୁବିଧା ମଧ୍ୟ ରହିଛି ତାହା ହେଉଛି ଘରେ ଆରାମରେ ବସି ୨୪ ଘଂଟିଆ ସପିଂ କରିହେବ । ଗ୍ରାହକମାନେ ସେମାନଙ୍କର ସଂରକ୍ଷିତ ସୁନାକୁ ଯେକୌଣସି ସମୟରେ ବିକ୍ରୟ କରିବାର ବିକଳ୍ପ ମଧ୍ୟ ବାଛିପାରିବେ ଏବଂ ୪୮ ଘଣ୍ଟା ମଧ୍ୟରେ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ।
ଗ୍ରାହକଙ୍କ ପାଖରେ ନିଜ ପସନ୍ଦର ଯେକୌଣସି ପରିମାଣର ରାଶି ପାଇଁ ଡିଜିଟାଲ ଗୋଲ୍ଡରେ ବିନିଯୋଗ କରିବାର ସୁବିଧା ମଧ୍ୟ ରହିଛି । ଏକକାଳୀନ କିଣାକିଣି ବ୍ୟତୀତ ଫୋନପେ ପ୍ରତ୍ୟେକ ଭାରତୀୟଙ୍କୁ ଏସଆଇପି ମାଧ୍ୟମରେ ଡିଜିଟାଲ ସୁନାରେ ପୁଞ୍ଜି ନିବେଶ କରିବାକୁ କ୍ଷମତା ପ୍ରଦାନ କରେ । ଯାହାଦ୍ୱାରା ଗ୍ରାହକମାନଙ୍କୁ ଦୀର୍ଘକାଳୀନ ନିବେଶ କରିବାରେ ସାହାଯ୍ୟ ମିଳିଥାଏ ।
ତେବେ ଫୋନପେ ସାର୍ଟିଫାଏଡ ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ ପ୍ରଦାନ କରିଥାଏ। ସୂଚନା ଅନୁସାରେ ୧ କୋଟିରୁ ଅଧିକ ଗ୍ରାହକ ନିଜ ଫୋନ ପେ ରେ ହାଇ ପ୍ୟୁରିଟି ଗୋଲ୍ଡ ନେଇଛନ୍ତି। ଏହି ଅଫର ଅତି କମ ରେ ୧୦୦୦ ଟଙ୍କାର ଡିଜିଟାଲ ସୁନା କିଣିବା ପରେ ଫୋନ ପେ ଏହାକୁ ଆକୁମେସନ ରାଶି ରୂପେ ଲେଣଦେଣ କରିଥାଏ। ଏହି ଅଫର ଆସନ୍ତା ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ। ଏହାସହ ବ୍ୟାଙ୍କ ଗ୍ରେଡ ଗୋଲଡ ଅଫର ୫ ବର୍ଷ ଯାଏ ମାଗଣା ରହିଛି।
ଏବେ ଜାଣନ୍ତୁ ଫୋନ ପେ ରୁ କେମିତି ସୁନା କିିଣିବେ?
-ଫୋନରେ ଥିବା ଏହି ଫୋନ ପେ ଆପ୍ କୁ ପ୍ରଥମେ ଓପନ କରନ୍ତୁ।
-ଏହାର ହୋମ ସ୍କ୍ରିନରେ ଥିବା wealth ଉପରେ ଟ୍ୟାପ କରନ୍ତୁ।
-investment ideas ସେକ୍ସନ ରେ ଗୋଲ୍ଡ ଉପରେ ଟ୍ୟାପ କରନ୍ତୁ।
-buy one time ଉପରେ କ୍ଲିକ କରନ୍ତୁ ।
-ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ରାଶି କିମ୍ବା ଗ୍ରାମ ଏଣ୍ଟର କରନ୍ତୁ। ଅଫର ଅନ୍ତର୍ଗତ କ୍ୟାସବ୍ୟାକ ପାଇବା ପାଇଁ ଅତି କମ ରେ ୧ ଗ୍ରାମର ସୁନା କିଣନ୍ତୁ।
-ପ୍ରୋସିଡ ଉପରେ କ୍ଲିକ କରନ୍ତୁ। ଏଥିରେ ଦିଆଯାଇଥିବା ମୂଲ୍ୟ ମାତ୍ର ୫ ମିନିଟ ଯାଏ ମାନ୍ୟ ରହିବ। ଏହାପରେ ଅଟୋମେଟିକ ରିଫ୍ରେଶ ହୋଇଯିବ।
-ପ୍ରୋସିଡ ଟୁ ପେ ଉପରେ କ୍ଲିକ କରି ନିଜ ଇଚ୍ଛା ଅନୁସାେରେ ପେମେଣ୍ଟ ମୋଡ ବାଛି ପେେଣ୍ଟେ କରନ୍ତୁ ।
-ସୁନା କିଣିବା ପରେ ଏହା ବ୍ୟାଙ୍କ ଗ୍ରେଡ ଲକର ରେ ଷ୍ଟୋର ହୋଇଯିବ। ଏହାକୁ ପାଇବା ପାଇଁ ଆପଣ ଡେଲିଭରି ଅପସନ ବାଛିବେ।