Below header

ପୋଲ ଉପରୁ ଟ୍ରେନ ଟ୍ରାକକୁ ଖସିଥିବା ଇନୋଭାକୁ ଧକ୍କା ଦେଲା ମାଲଗାଡି, ୩ ମୃତ, ୨ ଗୁରୁତର

ଛତିଶଗଡ ରାୟଗଡ ଜିଲ୍ଲାର କରଜାତ ଅଞ୍ଚଳରେ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । କରଜାତର ନେରାଲ କିରାଭାଲୀ ଏକ ଇନୋଭା ବ୍ରିଜରୁ ତଳେ ଥିବା ରେଳଟ୍ରାକ ଉପରେ ଖସିପଡିବାରୁ ଏକ ମାଲଗାଡି ଇନୋଭାକୁ ଧକ୍କା ଦେଇଥିଲା ।

ଛତିଶଗଡ ରାୟଗଡ ଜିଲ୍ଲାର କରଜାତ ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । କରଜାତର ନେରାଲ କିରାଭାଲୀ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରାତି ୩.୩୦ରେ ଘଟିଥିବା ସୂଚନା ମିଳିଛି । ଏକ ଇନୋଭା ବ୍ରିଜରୁ ତଳେ ଥିବା ରେଳଟ୍ରାକ ଉପରେ ଖସିପଡିବାରୁ ଏକ ମାଲଗାଡି ଇନୋଭାକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଏମଜିଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ନେରାଲ କିରାଭାଲୀ ବ୍ରିଜରେ ଏକ ଇନୋଭା ନିୟନ୍ତ୍ରିତ ହୋଇ ରେଳ ଟ୍ରାକ୍ ଉପରେ ଖସିପଡିଥିଲା । ଗାଡିଟି ରେଲୱେ ଟ୍ରାକରେ ପଡ଼ିବା ପରେ ଏକ ଟ୍ରେନ୍ ମଧ୍ୟ ସମାନ ଟ୍ରାକରେ ଆସିଥିଲା । ଫଳରେ ମାଲଗାଡିଟି ଇନୋଭାକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ସମୟରେ ଗାଡିରେ ୫ ଜଣ ରହିଥିଲେ । ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୨ ଜଣଙ୍କୁ କାମୋଥେସ୍ଥିତ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜସ୍ଥାନ ଦଉସାରେ ବ୍ରିଜରୁ ବସ୍ ଖସି ୪ ମୃତ ହୋଇଥିଲେ । ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍ କୁ ବସ୍ ଖସିଥିଲା । ବ୍ରିଜର ରେଲିଂ ଭାଙ୍ଗି ରେଲୱେ ଟ୍ରାକରେ ପଡିଥିଲା ବସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.