Below header

ଖୁବଶୀଘ୍ର ଲଞ୍ଚ ହେବ ୩ଟି ଦମଦାର କମ୍ପାକ୍ଟ ଏସୟୁଭି, ଜାଣନ୍ତୁ ଲିଷ୍ଟ୍‍

ଆସନ୍ତା ବର୍ଷରେ ଆପଣ ଏକ କମ୍ପାକ୍ଟ ଏସୟୁଭି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏହି କାରଗୁଡ଼ିକର କିଛି ଲିଷ୍ଟ୍‍ ବିଷୟରେ ଜଣାଇବୁ । ଆସନ୍ତା ବର୍ଷ ଏହି ସମସ୍ତ କାର ଲଞ୍ଚ ହେବ । ତେବେ ଲିଷ୍ଟରେ Kia Sonet Facelift, Mahindra XUV300 Facelift, Toyota Taisor ସାମିଲ ରହିଛି ।

ଭାରତୀୟ ଅଟୋମୋବାଇଲ ବଜାରରେ କମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ଅନେକ ନୂଆ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି । ଯଦି ଆସନ୍ତା ବର୍ଷରେ ଆପଣ ଏକ କମ୍ପାକ୍ଟ ଏସୟୁଭି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏହି କାରଗୁଡ଼ିକର କିଛି ଲିଷ୍ଟ୍‍ ବିଷୟରେ ଜଣାଇବୁ । ଆସନ୍ତା ବର୍ଷ ଏହି ସମସ୍ତ କାର ଲଞ୍ଚ ହେବ । ତେବେ ଲିଷ୍ଟରେ Kia Sonet Facelift, Mahindra XUV300 Facelift, Toyota Taisor ସାମିଲ ରହିଛି ।

Kia Sonet Facelift :
Kiaର ଲୋକପ୍ରିୟ କମ୍ପାକ୍ଟ ଏସୟୁଭି, ସୋନେଟକୁ ୨୦୨୪ ଆରମ୍ଭରେ ମିଡ୍‌- ଲାଇଫ ଫେସଲିଫ୍ଟ ମିଳିବାକୁ ଯାଉଛି । ଅପଡେଟ୍ ହୋଇଥିବା ମଡେଲରେ ଫ୍ରଣ୍ଟ ଗ୍ରୀଲ୍, ବମ୍ପର, ହେଡଲ୍ୟାମ୍ପ ଏବଂ ଏଲଇଡି DRLରେ ଚେଞ୍ଜ କରିବ ବୋଲି ଆଶା କରାଯାଉଛି, ଯାହା ଏହାର ଭିଜୁଆଲ୍ ଭିଜିବିଲିଟି ବଢ଼ାଇବ ।

କାରର ଇଣ୍ଟେରିୟରରେ ଅପଡେଟ୍ ସୁଇଚ୍ ଗିଅର୍ ଏବଂ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟମେଣ୍ଟ କ୍ଲଷ୍ଟର ଥିବା ଆଶା କରାଯାଉଛି କିନ୍ତୁ ଏହାର ଡିଜାଇନ୍ ଏବଂ ଫିଚରଗୁଡିକ ଅପଗ୍ରେଡ୍ ହେବ । ପାୱାରଟ୍ରେନ୍ ଅପ୍ସନଗୁଡ଼ିକ ହେବନି ବୋଲି ଆଶା କରାଯାଉଛି, ଯାହାଦ୍ୱାରା ସୋନେଟ୍ ଏକ ଦମଦାର ଡ୍ରାଇଭିଂ ଏକ୍ସପେରିଏନ୍ସ ଦେବ ବୋଲି କୁହଯାଉଛି ।

Mahindra XUV300 Facelift:
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୨୦୨୪ରେ ନେକ୍ସଟ୍‌ ଜେନେରେସନର XUV300କୁ ସାମ୍ନାକୁ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି କମ୍ପାକ୍ଟ ଏସୟୁଭି ନିଜର ଇନଷ୍ଟମେଣ୍ଟ ଲିଷ୍ଟରେ ଚେଞ୍ଜ କରିବ ବୋଲି ବୋଲି ଆଶା କରାଯାଉଛି । ଏଥିରେ ପାନୋରାମିକ୍ ସନରୁଫ୍, ADAS ଏବଂ LED ହେଡଲାଇଟ୍ ଭଳି ଫିଚର୍ସ ଦିଆଯାଇଛି । ଏହା ସହିତ ନୂଆ ମହିନ୍ଦ୍ରା XUV300କୁ ଏକ ନୂଆ ୬-ସ୍ପିଡ୍‌ ଟର୍କ କନଭର୍ଟର ଅଟୋମେଟିକ ଗିୟରବକ୍ସ ମିଳିବ, ଯାହା ବର୍ତ୍ତମାନର AMT ଟ୍ରାନ୍ସମିସନକୁ ବଦଳାଇବ । କିନ୍ତୁ ଇଞ୍ଜିନ ଅପ୍ସନଗୁଡ଼ିକ ସେହିପରି ରହିବ ବୋଲି ଆଶା କରାଯାଉଛି ।

Toyota Taisor
Toyotaର ମାରୁତି ସୁଜୁକି ଫୋର୍କ୍ସରେ ଆଧାରିତ ସବ-୪ ମିଟର କ୍ରସଓଭର ଟ୍ୟାସର ସହିତ ଟୟୋଟା ଭାରତୀୟ କମ୍ପାକ୍ଟ ଏସୟୁଭି ବଜାରରେ ପୁଣିଥରେ ପ୍ରବେଶ କରିବାକୁ ପ୍ଲାନ କରିଛି । ଟ୍ୟାସର ଟୟୋଟାର ସିଗନେଚର୍‌ ଗ୍ରୀଲ୍, ୟୁନିକ୍‌ ବମ୍ପର, ନୂଆ ଆଲୋଇ ଏବଂ ଅଲ୍-ଏଲଇଡି ଲାଇଟିଙ୍ଗ ସହିତ ଆସିବାକୁ ପ୍ରସ୍ତୁତ ହେଉଛି ।

ଏହାର ଇଣ୍ଟେରିୟରରେ ଏକ ନୂଆ କଲର ସ୍କିମ୍ ମିଳିବାକୁ ଯାଉଛି । ଏହି SUV ଦୁଇଟି ଇଞ୍ଜିନ୍ ଅପ୍ସନ ଦେବ । ଏଥିରେ ୧୦୦ ବିଏଚପି, ୧.୦ ଲିଟର ବୁଷ୍ଟରଜେଟ ପେଟ୍ରୋଲ ଏବଂ ୯୦ ବିଏଚପି, ୧.୨ ଲିଟର ନାଚୁରାଲି-ଏସ୍ପିରେଟେଡ ପେଟ୍ରୋଲ ଇଞ୍ଜିନ ସାମିଲ ଅଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.