Below header

ନ୍ୟାସନାଲ ହାଇୱେରେ ଗାଡି ପାର୍କ କରୁଛନ୍ତି କି? ହୋଇପାରେ ନିଲାମ

ସବୁବେଳେ ଦେଖିବାକୁ ମିଳିଥାଏ ଯେ ଲୋକମାନେ ନ୍ୟାସନାଲ ହାଇୱେ ଉପରେ କାରକୁ ସାଇଡ୍‌ କରି ରଖିଦିଅନ୍ତି କିନ୍ତୁ ଏବେ ଏମିତି କରିବା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ସରକାର ଏମିତି କରୁଥିବା ଲୋକଙ୍କ ଉପରେ ଏବେ ସ୍ୱତନ୍ତ୍ର ନିୟମ ବନାଇଛନ୍ତି। କେନ୍ଦ୍ରୀୟ ସଡକ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଅବୈଧ ଭାବରେ ଗାଡି ପାର୍କ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣକୁ ଅଧିସୁଚିତ କରିଛନ୍ତି। ଏହାପରେ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ହାଇୱେ ଉପରେ ଅନାଧିକୃତ ଭାବରେ ଗାଡି ପାର୍କ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

parkଏମିତି ବେଆଇନ ଭାବରେ ଗାଡି ପାର୍କ କରିବା କାରଣରୁ ଆପଣ ଜରିମାନା ଦେବା ସହିତ ଗାଡି ଜବତ ହେବାର ମଧ୍ୟ ନିୟମ ରହିଛି। ଏହି ନିୟମକୁ ଉଲଙ୍ଘନ କରିବା ପରେ ଯଦି ଆପଣ ଗୋଟିଏ ସପ୍ତାହ ଭିତରେ ଜରିମାନା ରାଶି ନ ଦିଅନ୍ତି ତେବେ ଆପଣଙ୍କ ବାହନ ନିଲାମ ମଧ୍ୟ ହୋଇପାରେ।

ଏହାସହ ପଢନ୍ତୁ : ଏଣିକି ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ସଂଯୋଗ କରିବା ହେବ ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ଲାଭ

ନୂଆ ନୋଟିଫିକେସନରେ ନ୍ୟାସନାଲ ହାଇୱେ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କରପୋରେସନ ଏବଂ ନ୍ୟାସନାଲ ହାଇୱେ ଓ୍ୱିଙ୍ଗର ପିଡବ୍ଲ୍ୟଡି ପାଖରେ ଲ୍ୟାଣ୍ଡ ଏବଂ ଟ୍ରାଫିକ ପ୍ରବନ୍ଧନ ସହିତ ଜଡିତ ନିଷ୍ପତ୍ତି ନେବାର ଅଧିକାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.