ଅମୃତଠାରୁ କମ୍‌ ନୁହେଁ ଏହି କଙ୍କଡ଼ାର ରକ୍ତ, ପ୍ରତି ଲିଟରର ଦାମ୍‌ ୧୦ ଲକ୍ଷ ଟଙ୍କା!

ଦୁନିଆର କୋଣ ଅନୁକୋଣରେ ଅନେକ ବିଚିତ୍ର ଜିନିଷ ରହିଛି। କିନ୍ତୁ ଆପଣ କ’ଣ ଏହା କେବେ ଶୁଣିଛନ୍ତି କି, ପାଣିରେ ଦେଖାଯାଉଥିବା ହର୍ସ ଶୁ କଙ୍କଡ଼ାର ରକ୍ତ ମେଡିକାଲ ସାଇନ୍ସ ପାଇଁ ଅମୃତଠାରୁ କମ୍‌ ନୁହେଁ। ଏହାର ରକ୍ତ ଲାଲ୍‌ ନୁହେଁ, ବରଂ ନୀଳ ଅଟେ। କିନ୍ତୁ ଦୁଃର୍ଭାଗ୍ୟର ବିଷୟ, ରକ୍ତ ପାଇଁ ଏହି ଜୀବକୁ ମାରି ଦିଆଯାଇଥାଏ। ଏହାର ଶରୀର ଘୋଡ଼ା ନାଲ ଭଳି ହୋଇଥାଏ, ଯେଉଁ କାରଣରୁ ଏହାର ନାଁ ‘ହର୍ସ ଶୁ କ୍ରାବ୍‌’ ରଖାଯାଇଛି।

crab33

ଏହାସହ ପଢ଼ନ୍ତୁ: ଏଠାରେ ୮୦ ବର୍ଷୀୟା ମହିଳା ଦିଶନ୍ତି ୩୦ ବର୍ଷର ଯୁବତୀ!

ଏହି କଙ୍କଡ଼ାର ବୈଜ୍ଞାନିକ ନାମ ହେଉଛି Limulus polyphemus। ରକ୍ତରେ କପର୍‌ ବେସଡ୍‌ ହିମୋସାଇନିନ୍‌ ନାମକ ପଦାର୍ଥ ରହିଥିବାରୁ ଏହା ନୀଳ ରଙ୍ଗର ହୋଇଥାଏ। ଡାକ୍ତରମାନେ କଙ୍କଡ଼ାର ରକ୍ତକୁ ମନୁଷ୍ୟ ଶରୀର ଭିତରେ ଇଞ୍ଜେକ୍ଟ କରି ଭୟାନକ ବ୍ୟାକ୍ଟେରିଆକୁ ଚିହ୍ନଟ କରନ୍ତି। ଏହିଭଳି ଭାବେ ମନୁଷ୍ୟ ଶରୀରରେ ଔଷଧର ନକାରାତ୍ମକ ପ୍ରଭାବଗୁଡ଼ିକୁ ମଧ୍ୟ ପତ୍ତା ଲଗେଇଥାଆନ୍ତି। ଏହି କାରଣରୁ ବଜାରରେ ହର୍ସ ଶୁ କଙ୍କଡ଼ାର ରକ୍ତ ପ୍ରତି ଲିଟର ପିଛା ୧୦ ଲକ୍ଷ ଟଙ୍କା ହିସାବରେ ବିକ୍ରି ହୋଇଥାଏ। କହି ରଖୁଛୁ କି, ପ୍ରତିବର୍ଷ ୫ ଲକ୍ଷ କଙ୍କଡ଼ାଙ୍କଠାରୁ ରକ୍ତ ବାହାର କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.