Below header

ଦେଶରେ ବ୍ୟାନ୍‌ ହେବ ଇ-ସିଗାରେଟ୍‌, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

ଦେଶରେ ବ୍ୟାନ୍‌ ହେବ ଇ-ସିଗାରେଟ୍‌ । ଇ-ସିଗାରେଟ୍‌ ତିଆରି ଓ ବିକ୍ରି ମନା । ଆମଦାନୀ ଓ ରପ୍ତାନୀ ଉପରେ ମଧ୍ୟ ଲାଗିଲା ବ୍ୟାନ୍‌ । କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।ମିଳିଥିବା ସୂଚନାନୁସାରେ, ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି କ୍ରମରେ ଇ-ସିଗାରେଟ ସମ୍ପର୍କିତ ଉତ୍ପାଦନ, ବିନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବିତରଣ, ଗଚ୍ଛିତ ରଖିବା ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

e cigaratte

ଏହା ବ୍ୟତୀତ ଇ-ହୁକ୍କା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ନିୟମ ଉଲ୍ଲଂଘନ କରିଲେ ୧ବର୍ଷ ଜେଲ୍ ଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ପରେ ନିୟମ ଉଲ୍ଲଂଘନ କରିଲେ ୫ଲକ୍ଷ ଜରିମାନା କିମ୍ବା ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ଦୁଇଟିର ପ୍ରାବଧାନ ରହିଛିସେହିପରି ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌ । ଏହାଦ୍ୱାରା ଉପକୃତ ହେବେ ୧୧ ଲକ୍ଷ ୫୨ ହଜାର କର୍ମଚାରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.