ମିଶନ୍‌ ମୁନ୍‌ : ଆଉ ମାତ୍ର ଦୁଇ ଦିନ ବାକି, ଘନ ଅନ୍ଧକାର ଭିତରେ ବୁଡ଼ିଯିବ ବିକ୍ରମ ଲ୍ୟାଣ୍ଡର

ଚନ୍ଦ୍ରଯାନ-୨ ବିକ୍ରମ ଲାଣ୍ଡର୍‌ ସହ ପୁଣି ସମ୍ପର୍କ ରକ୍ଷା କରିବା ପାଇଁ ଇସ୍ରୋ ପକ୍ଷରୁ ଦିନରାତି ଏକ କରି ଉଦ୍ୟମ ଜାରି ରହିଛି । ହେଲେ ଏହି ଉଦ୍ୟମ ସଫଳ ହେବା ନେଇ ସମ୍ଭାବନା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । କାରଣ ଚନ୍ଦ୍ରରେ ରାତି ହେବାକୁ ଯାଉଛି । ରାତି ହେଲେ ଘନ ଅନ୍ଧାରରେ ଡୁବିଯିବ ବିକ୍ରମ। ଆଉ ଏଠାରେ ତାପମାତ୍ର ମାଇନସ୍‌ ୧୮୦ ଡିଗ୍ରୀ ହୋଇଯିବ । ଯାହାଫଳରେ ବିକ୍ରମ ସହିତ ଆଉ ସମ୍ପର୍କ ରକ୍ଷା ସମ୍ଭବ ହେବ ନାହିଁ । କାରଣ ଚନ୍ଦ୍ରରେ ଗୋଟିଏ ରାତି ହେଉଛି ପୃଥିବୀର ୧୪ ଦିନ ସହିତ ସମାନ । ପୁଣି ଏତେ କମ୍‌ ତାପମାତ୍ରାରେ ବିକ୍ରମର ଯନ୍ତ୍ରପାତି କାମ କରିବ ନାହିଁ । ଏବେ ଇସ୍ରୋ ହାତରେ ନିର୍ଦ୍ଧାରିତ ସମୟର ଆଉ ମାତ୍ର ଦୁଇ ଦିନ ବାକି ଅଛି । ହେଲେ ଏପର୍ଯ୍ୟନ୍ତ ବିକ୍ରମ ସହିତ ସମ୍ପର୍କ ସ୍ଥାପନ ହୋଇ ପାରିଲା ନାହିଁ ।

VIKRAM-2

ସେପଟେ ଇସ୍ରୋ ପକ୍ଷରୁ ସାରା ଦେଶବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । ସେପଟେମ୍ବର ୭ ତାରିଖରୁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ଛିନ୍ନ ହେବା ପରେ ଦେଶବାସୀଙ୍କର ଯେଭଳି ସହଯୋଗ ଓ ସମର୍ଥନ ମିଳିଛି ସେଥିପାଇଁ ଇସ୍ରୋ ଟ୍ଵିଟ୍‌ କରି ଧନ୍ୟବାଦ ଜଣାଇଛି । ତେଣୁ ଏସବୁ ଭିତରେ ବିକ୍ରମ ଲ୍ୟାଣ୍ଡର ସହିତ ଆଉ ସମ୍ପର୍କ ସ୍ଥାପନ ସମ୍ଭବ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.