୫୪ ଘଣ୍ଟାରେ ଚାରି ଥର ପାର କଲେ ଇଂଲିଶ ଚ୍ୟାନେଲ , ଜାଣନ୍ତୁ ଏପରି କରିଥିବା ପ୍ରଥମ ମହିଳାଙ୍କ ବିଷୟରେ

ଇଂଲିଶ ଚ୍ୟାନେଲକୁ ପାର କରିବା ଏତେ ସହଜ ନୁହେଁ । ଏଥିରେ ଦୁନିଆର ବଡ଼ ବଡ଼ ପହଁରାଳି ମାନଙ୍କର ମଧ୍ୟ ଝାଳ ବାହାରି ଯାଇଥାଏ । କିନ୍ତୁ ଆମେରିକାର ଜଣେ ମହିଳା ଏହାକୁ ଚାରି ଥର ପାର କରି ଦେଖାଇଛନ୍ତି । ତା ସହିତ ଏକ ବିଶ୍ଵ ରେକର୍ଡ ମଧ୍ୟ ବନାଇଛନ୍ତି । ସେ ଏପରି କରିଥିବା ଦୁନିଆର ପ୍ରଥମ ମହିଳା ଅଟନ୍ତି ।

सारा थॉमस

ସାରା ଥୋମାସ ନାମକ ଜଣେ ମହିଳା ୫୪ ଘଣ୍ଟା ସମୟ ମଧ୍ୟରେ ଇଂଲିଶ ଚ୍ୟାନେଲକୁ ଚାରି ଥର ପାର କରି ଦେଖାଇଛନ୍ତି । ଏହି ସମୟରେ ତାଙ୍କୁ ସମୁଦାୟ ୨୦୯ କିଲୋମିଟରର ଯାତ୍ରା ସମ୍ପୂର୍ଣ କରିବାକୁ ପଡିଥିଲା । ସାରା ଇଂଲଣ୍ଡରୁ ପଂହରିବା ଆରମ୍ଭ କରିଥିଲେ ଏବଂ ନିଜର ଶେଷ ଚକ୍କର ମଙ୍ଗଳବାର ସକାଳ ୬.୩୦ ମିନିଟରେ ଫ୍ରାନ୍ସରେ ଶେଷ କରିଥିଲେ ।

सारा थॉमस

ଆଶ୍ଚର୍ଯ୍ୟର କଥା ଏହା ଯେ, ୩୭ ବର୍ଷୀୟ ସାରାଙ୍କୁ ପ୍ରଥମେ ବ୍ରେଷ୍ଟ କ୍ୟାନ୍ସର ହୋଇଥିଲା । କିନ୍ତୁ ପୂର୍ବ ବର୍ଷ ସେ କ୍ୟାନସରକୁ ହରାଇ ଏକ ନୂଆ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ପଂହରିବାକୁ ନେଇ ଏକ ସ୍ୱତନ୍ତ୍ର ବିଶ୍ଵ ରେକର୍ଡ଼ ବନାଇଛନ୍ତି । ସାରାଙ୍କ କହିବା ଅନୁଯାୟୀ “ମୋତେ ପଂହରିବା ସମୟରେ ଅନେକ ଜେଲି ଫିସ ମାନଙ୍କର ସାମ୍ନା କରିବାକୁ ପଡିଥିଲା । ଏହା ବ୍ୟତୀତ ପାଣି ମଧ୍ୟ ଅଧିକ ଥଣ୍ଡା ଥିଲା । ଯେତିକି ଭାବିଥିଲି ତାଠାରୁ ମଧ୍ୟ ବହୁତ ଅଧିକ ।” ସାରା ନିଜର ସୁଇମକୁ କ୍ୟାନସର ରୋଗୀମାନଙ୍କୁ ସମର୍ପିତ କରିଛନ୍ତି ।

सारा थॉमस

ସାରା ଲଗାତାର ପହଁରା ସମୟରେ ନିଦ ସମ୍ପୂର୍ଣ କରିବା ପାଇଁ ଇଲେକ୍ଟ୍ରୋଲ ଏବଂ କ୍ୟାଫିନ ଯୁକ୍ତ ତରଳ ପଦାର୍ଥ ନେଇଥିଲେ ।ତାଙ୍କର ପହଁରା ଶେଷହେବା ମାତ୍ରେ ଲୋକମାନେ ତାଙ୍କୁ ସ୍ୟାମ୍ପେର୍ ବୋତଲ ଏବଂ ଚକୋଲେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.