Below header

ପୁଣି ଛକା ମାରିଲା ଜିଓ, ଏବେ ପାଖରେ ରହିଛି ବ୍ରଡ଼ବ୍ଯାଣ୍ଡ ମାର୍କେଟର ୫୧ ପ୍ରତିଶତ ଅଧିକ ଅଂଶ , ରିପୋର୍ଟରୁ ପ୍ରମାଣିତ

ନୂଆଦିଲ୍ଳୀ : ଟେଲିକମ୍ ପରେ ଏବେ ରିଲାଏନ୍ସ କବଜାରେ ବ୍ରଡବ୍ଯାଣ୍ଡ୍ ମାର୍କେଟର ୫୧ ପ୍ରତିଶତ । ।ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ନିଜ ସହ ଯୋଡ଼ିଛି ୧୨.୧୭ଲକ୍ଷ ବ୍ରଡ଼ବ୍ଯାଣ୍ଡ ଗ୍ରାହକ। ଖାଲି ତାହା ନୁହଁ ଏଥିପାଇଁ ସେ ବଜାରରେ ବଢ଼ାଇ ପାରିଛି ୫୧ ପ୍ରତିଶତ ଅଧିକ ନିଜର ଅଂଶ। ଦୂରସଂଞ୍ଚାର ନିର୍ଣ୍ଣୟକ ପ୍ରାଧିକରଣ (ଟ୍ରାଇ)ତରଫରୁ ଜାରୀ କରାଯାଇଥିବା ରିପୋଟ ମୁତାବକ ରିଲାଏନ୍ସ ଜିଓ ବ୍ରଡ଼ବ୍ଯାଣ୍ଡ ସେବା ଜରୀଆରେ ବ୍ରଡ଼ବ୍ଯାଣ୍ଡ ସେବା ଜରୀଆରେ ୫୧.୬୦ ପ୍ରତିଶତ ଅଂଶର ଭାଗିଦାର ବଜାରରେ ହୋଇଯାଇଛି। ଏହାପରେ ତାଲିକାରେ ରହିଛି ଏୟାରଟେଲର ନମ୍ବର। ଦ୍ବିତୀୟ ନମ୍ବରରେ ରହିଥିବା ଏୟାରଟେଲ ବ୍ରଡ଼ବ୍ଯାଣ୍ଡ ପାଖରେ ୨୧.୨୧ ପ୍ରତିଶତ ଅଂଶର ଭାଗିଦାରୀ ରହିଛି ଏଥିସହ ଭୋଡ଼ାଫୋନର ବଜାରରେ ଭାଗିଦାରୀ ରହିଛି ୧୧.୦୫ ପ୍ରତିଶତ।

jioplan

ଟ୍ରାଇରେ ୨୯୬ ଅପେରେଟର ତରଫରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଜୁଲାଇ ୨୦୧୮ଶେଷ ପର୍ଯ୍ଯନ୍ତ ୪୬୦.୨୪ଲକ୍ଷରୁ  ବଢ଼ି ଅଗଷ୍ଟ ପର୍ଯ୍ଯନ୍ତ ୪୬୩.୬୬ଲକ୍ଷରେ ପହଞ୍ଚିଛି। ଅର୍ଥାତ ମାସକୁ ଏହି ସଂଖ୍ଯାରେ ୦.୭୪ ପ୍ରତିଶତ ହିସାବରେ ବଢ଼ୁଥିବା ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.