କଂଗ୍ରେସକୁ ଫୁଟା ଡଙ୍ଗା କହି ଦଳ ଛାଡ଼ିଲେ ପିସିସି ସଭ୍ୟ ମାଧବାନନ୍ଦ ମଲ୍ଲିକ

ଭୁବନେଶ୍ବର(କେନ୍ଯୁଜ୍) : କଂଗ୍ରେସ ଛାଡିଲେ ପିସିସି ସଭ୍ୟ ମାଧବାନନ୍ଦ ମଲ୍ଲିକ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା । ପିସିସି ସଭ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଦଳର ଅବସ୍ଥା ଭଲ ନଥିବାରୁ ସେ ଦଳ ଛାଡିଥିବା କହିଛନ୍ତି । କଂଗ୍ରେସକୁ ଫୁଟା ଡଙ୍ଗା ସହ ତୁଳନା କରିଛନ୍ତି ମାଧବାନନ୍ଦ । ତେବେ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ ଖୁବ୍‌ ଶୀଘ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି । ତାଙ୍କ ସହ ପୂର୍ବତନ ପୌରପାଳିକା ଅଧ୍ୟକ୍ଷ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ମହାକୁଡ଼ ଓ ବ୍ଳକ ଯୁବ କଂଗ୍ରେସ ସଭାପତି ଉଦୟ ନାରାୟଣ ମଲ୍ଲିକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.