ବର୍ଷରେ ଯଦି ମାସ କି ଦୁଇ ମାସ କାମ କରିଛନ୍ତି ତେବେ ମଧ୍ୟ ଇପିଏଫଓ ଦେବ ପେନସନ, ଜାଣନ୍ତୁ କେମିତି

ଯଦି ଆପଣ କୌଣସି କମ୍ପାନୀ ଏବଂ ସଂସ୍ଥାରେ ବର୍ଷରେ କେବଳ କିଛି ଦିନ ହିଁ କାମ କରିଛନ୍ତି ତେବେ ମଧ୍ୟ ଆପଣ ୧୦ ବର୍ଷର ସଦସ୍ୟତା ପରେ ପେନସନ୍‌ ପାଇଁ ପାତ୍ର ହୋଇପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଟ୍ଵିଟ କରି ଏହାର ସୂଚନା ଦେଇଛନ୍ତି। ଇପିଏଫଓ ଅନୁଯାୟୀ ଇପିଏସ୍‌ (Employee Pension Scheme) ମୌସୁମୀ କର୍ମଚାରୀ ପେନସନ୍‌ ପାଇବାର ହକଦାର।

EPFO ଟ୍ଵିଟ୍‌ ଜରୀୟାରେ ଜଣାଇଛି ଯଦି ଆପଣ କୌଣସି ବି ଫ୍ୟାକ୍ଟ୍ରୀ ଏବଂ ସଂସ୍ଥାରେ ଏକ ବର୍ଷରେ ଅଳ୍ପ କିଛି ସମୟ କାମ କରିଥିଲେ ବି ଆପଣ ୧୦ ବର୍ଷା ସଦସ୍ୟତା ପରେ ପେନସନ୍‌ ପାଇବାର ପାତ୍ର ଅଟନ୍ତି ବା ହକଦାର ଅଟନ୍ତି।

ଏହାସହିତ ଇପିଏଫଓ ଜଣାଇଛି ଯେ କେଉଁ ପ୍ରକାର ସଂସ୍ଥାନରେ କାମ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ। ଇପିଏଫଓ ଅନୁଯାୟୀ ଚା, ଚିନି, ତାର-ପିନ୍‌, ରଡ୍‌, ତେଲ ମିଲିଂ, ଲାଇସେନ୍ସ ପ୍ରାପ୍ତ ଲୁଣ, ବାଣ, ବରଫ, ଫଳ, ଆଇସକ୍ରୀମ ଉଦ୍ୟେଗ, ଚାଉଳ ମିଲିଂ, ଡାଲି ମିଲିଂ, କାଜୁ ଉଦ୍ୟେଗ,ତମ୍ବାକୁ, ଟାଇଲ, ଫଳ ପରୀକ୍ଷଣ, ପରିବା, ଅଳେଇଚ କମ୍ପାନର, କଫି କମ୍ପାନୀ ଏବଂ ଚା ପ୍ରସ୍ତୁତ ହେଉଥିବା କମ୍ପାନୀ ଆଦି ପ୍ରମୁଖ ଅଟେ।

epfoଇପିଏଫଓ ଟ୍ଵିଟ୍‌ କରି ଜଣାଇଛି ଯେ ସିଜନାଲ ବା ଋତୁକାଳୀନା କର୍ମଚାରୀଙ୍କ ଅଧିକାର ରହିଛି ଯେ ଯଦି ସେ କୌଣସି ବି ସଂସ୍ଥାରେ ବର୍ଷେରୁ କମ୍‌ ସମୟ କାମ କରିଛନ୍ତି ତେବେ ତାଙ୍କୁ ପୂରା ବର୍ଷା ଧରାଯିବ।

ଉଦାହରଣ : ଯଦି କୌଣସି କର୍ମଚାରୀ ୨୦୧୬ରେ କେବଳ ୪ ମାସ କାମ କରିଛନ୍ତି, ଆଉ ଏହାର ଅଂଶଦାନ ଇପିଏଫଓରେ ଜମା କରାଗଲେ ଏହାକୁ ଗୋଟେ ବର୍ଷ ଧରାଯିବ। ଏହିପରି ଭାବରେ ପେନସନ୍‌ ପ୍ରାପ୍ତ ପାଇଁ ଅତିକମରେ ୧୦ ବର୍ଷର ସଦସ୍ୟତା ରହିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.