ସବୁ ଡ଼େଟିଂ ଆପକୁ ମାତ୍ ଦେବ ଫେସବୁକ୍

ମୋବାଇଲ୍ ଡ଼େଟିଂ ଆପ୍ ଭାବେ ନିଜର ପରିଚୟ ବନେଇଥିବା ଟିଣ୍ଡର ଏବଂ ହାପେନ୍ସକୁ ଟକ୍କର ଦେବା ପ୍ରସ୍ତୁତିରେ ରହିଛି ଫେସବୁକ୍। ନିଜର ଡ଼େଟିଂ ସୁବିଧାକୁ ପରୀକ୍ଷା କରିବା ନିମନ୍ତେ ନିଜ କର୍ମଚାରୀଙ୍କ ମଧ୍ୟରେ ଏହାକୁ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ମୁତାବକ, ଫେସବୁକ୍ ବର୍ତ୍ତମାନ ଡ଼େଟିଂର ସଫଳ ପରୀକ୍ଷଣ ପାଇଁ ଏହାକୁ ଆମେରୀକା କାର୍ୟ୍ୟଳୟର କର୍ମଚାରୀଙ୍କ ମଧ୍ୟରେ ଆରମ୍ଭ କରିଛି। ଏଫ୍୮ ଡ଼େଭଲପର କନଫେରେନ୍ସ ସମୟରେ ଫେସବୁକ୍ ଏହି ଫିଚର ବିଷୟରେ ମିଡ଼ିଆକୁ ସୂଚନା ପ୍ରଦାନ କରିଥିଲା।

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିବା ଅନୁଯାୟୀ, ଏହି ଡ଼େଟିଂ ଆପ୍ ଫ୍ଳଟ୍ ବା ଟାଇମ୍ ପାସ ପ୍ରେମ କରିବା ପାଇଁ ନୁହଁ ବରଂ ଅଧିକ ଦିନ ପର୍ୟ୍ୟନ୍ତ ମଜବୁତ ରହିଥିବା ସଂପର୍କ ପାଇଁ ପ୍ରସ୍ତୁତ କରାଯାଉଛି। ଏହି ଆପ୍ ଜରୀଆରେ ଆପଣଙ୍କ ପ୍ରୋଫାଇଲ ସାମ୍ନା ଲୋକ ଦେଖିପାରିବେନି ଯେଉଁ ପର୍ୟ୍ୟନ୍ତ ଆପଣ ତାଙ୍କୁ ଅନୁମତି ପ୍ରଦାନ କରିନାହାନ୍ତି। ଏଥି ସହ ଆପଣଙ୍କୁ ଡ଼େଟିଂ ପାଇଁ ରିକ୍ୟୁଷ୍ଟ ଅଜଣା ଏବଂ ଅଚିହ୍ନା ଲୋକ ପଠାଇ ପାରିବେ ନାହିଁ।

କମ୍ପାନୀ ଟେଷ୍ଟ ପାଇଁ କର୍ମଚାରୀଙ୍କୁ ନିଜର ନୁହଁ ବରଂ ଫେକ୍ ଡ଼ାଟା ବ୍ୟବହାର କରିବା ପାଇଁ କହିଛି। ଯାହା ଫଳରେ କେହି ତାଙ୍କ ଡ଼ାଟାର ଭୁଲ ବ୍ୟବହାର କରିପାରିବେ ନାହିଁ। ଏହାର ସଫଳ ପରୀକ୍ଷଣ ପରେ ପବିଲ୍କ ଲଞ୍ଚ କରାଯିବା ସମୟରେ ଏଥିରେ ରହିଥିବା ସମସ୍ତ ଡ଼ାଟାକୁ ଡ଼ିଲିଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.