Below header

ଘରେ ବସି ସୋଲାର ପମ୍ପ୍‌ ଦ୍ୱାରା ଚାଷୀ କରିବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର, କେବଳ କରିବାକୁ ହେବ ଏହି କାମ

ଚାଷୀମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସ୍କିମ୍‌ ଚଲାଉଛନ୍ତି, ଯେଉଁଥିରେ ଅଲଗା ଅଲଗା ଫାଇଦା ବି ମିଳୁଛି। ଏମିତି ହିଁ ଏକ ଯୋଜନା ହେଉଛି ସୋଲାର ପମ୍ପ୍‌ ସ୍କିମ୍‌। ସୋଲାର ପମ୍ପକୁ ନିଜ ଖେତରେ ଲଗାଇ ଚାଷୀ ଜମିରେ ପାଣି ସିଞ୍ଚନ କରିବା ସହିତ ସେଥିରେ ଟଙ୍କା ବି ରୋଜଗାର କରିପାରିବେ। ଯଦିଓ ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ହେବ। ଆଉ ଯଦି ଆବେଦନକୁ ସ୍ୱିକାର କରାଯାଏ ତାହେଲେ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ସ୍କିମ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା। ଏହି ଯୋଜାନା ଅନ୍ତର୍ଗତ ସରକାର ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମିଳିଥାଏ। ଏହାସହିତ ସରକାର ପଞ୍ଚାୟତ ଏବଂ ସମିତିକୁ ମଧ୍ୟ ଅନୁଦାନ ରାଶି ଉପରେ ସୋଲାର ପମ୍ପ ଯୋଗାଉଛନ୍ତି। ଏହାବ୍ୟତୀତ ଚାଷୀଙ୍କୁ ସରକାର ଯୋଜନା ଅନ୍ତର୍ଗତ ୩୦ ପ୍ରତିଶତ ରାଶି ଲୋନ୍‌ ରୂପରେ ଦେଉଛନ୍ତି। ଯାହାଦ୍ୱାରା ଚାଷୀ ସହଜରେ କେବଳ ୧୦ ପ୍ରତିଶତ ରାଶି ଜମା କରି ସୋଲାର ପମ୍ପ୍‌ ପାଇଁ ଆବେଦନ କରାଇପାରିବେ।

ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଦ୍ୱାରା ଚାଷୀମାନଙ୍କୁ ଜମିରେ ପାଣି ସିଞ୍ଚନ କରିବା ଟେନସନ୍‌ ରହିବନାହିଁ। ଏହାସହିତ ବିଜୁଳି ଏବଂ ଡିଜେଲ ଦ୍ୱାରା ସିଞ୍ଚନ କରିବା ଠାରୁ ବି ଛୁଟକାରା ମଧ୍ୟ ମିଳିବ। ଏମିତିରେ ବିଜୁଳି ବିଲ୍‌ ଏବଂ ଡିଜେଲରେ ହେଉଥିବା ଖର୍ଚ୍ଚକୁ ସଞ୍ଚୟ କରିପାରିବେ।

ଏହି ଯୋଜନା ଅନୁଯାୟୀ ଯଦି ଚାଷୀ ସୋଲାର ସଂଯନ୍ତ୍ର ସ୍ଥାପିତ କରି ବହୁତ ଭଲ ଟଙ୍କା ବି ରୋଜଗାର କରିପାରିବେ। ଏହି ଯୋଜନା ଅନୁଯାୟୀ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବିଜୁଳି ଉତ୍ପାଦନ କରିପାରିବେ। ଉତ୍ପାଦିତ ବିଜୁଳିକୁ ବିଭାଗ ୩ ଟଙ୍କା ୭ ପଇସାର ଟାରିଫରେ କିଣିବେ। ଏମିତିରେ ଚାଷୀ ୪ ରୁ ୫ ଲକ୍ଷ ପର୍ଯ୍ୟନ୍ତର ଆୟ ବର୍ଷକୁ ରୋଜଗାର କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.