ବ୍ରେନ୍‌ ଷ୍ଟ୍ରୋକ୍‌ରେ ଚାଲିଯାଇଥିଲା ବାପାଙ୍କ ଜୀବନ; ଏବେ ୫୦ ବର୍ଷ ବୟସରେ ମା’ର ଦ୍ୱିତୀୟ ବିବାହ କରାଇଲା ଝିଅ…ବହୁତ ଖୁସିରେ ଥିବା ଜଣାଇଲା

ସୋସିଆଲ ମିଡିଆରେ ଏକ ମା’-ଝିଅ ଯୋଡ଼ିକୁ ଖୁବ୍‌ ପ୍ରଶଂସା କରାଯାଉଛି। ବାସ୍ତବରେ, ଝିଅଟି ମା’ର ଦ୍ୱିତୀୟ ବିବାହ କରାଇଛି। ଝିଅର ବୟସ ଯେତେବେଳେ ୨ ବର୍ଷ ଥିଲା, ସେତେବେଳେ ତା’ର ବାପା ଆରପାରିକୁ ଚାଲି ଯାଇଥିଲେ। ଏହାପରେ ମା’ ଏକୁଟିଆ ହିଁ ଝିଅର ଲାଳନପାଳନ କରିଥିଲେ। କିନ୍ତୁ ସେ କୌଣସି ଦ୍ୱିତୀୟ ବିବାହ କରିବାକୁ ମନା କରି ଦେଇଥିଲେ।

ସ୍ୱାମୀଙ୍କ ମୃତ୍ୟୁ ପରେ ଲମ୍ବା ସମୟ ଧରି ମହିଳା ଜଣକ ଏକାକୀ ଜୀବନ ଜିଇଁଥିଲେ। ତେବେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ତାଙ୍କ ଝିଅ ଲଗାତାର ଭାବେ ତାଙ୍କୁ ପ୍ରେରିତ କରି ଆସୁଥିଲେ। ଆଉ ଏବେ ୫୦ ବର୍ଷ ବୟସରେ ମା’ଙ୍କ ଦ୍ୱିତୀୟ ବିବାହ କରାଇବାରେ ଝିଅ ସଫଳ ହୋଇଛି। ଝିଅ ଗଣମାଧ୍ୟମକୁ କହିଛି, ‘ମୋ ମା’ ବହୁତ ଖୁସି ରହୁଛି ଏବଂ ବହୁତ ମଜା କରୁଛି’।

daughter
photo: aajtak

ଏହି କାହାଣୀ ମେଘାଳୟ ରାଜଧାନୀ ସିଲଙ୍ଗ୍‌ର ବାସିନ୍ଦା ଦେବାର୍ତୀ ଚକ୍ରବର୍ତ୍ତୀ ଏବଂ ତାଙ୍କ ମା’ ମୌସୁମୀ ଚକ୍ରବର୍ତ୍ତୀଙ୍କର। ଦେବାର୍ତୀ କୁହନ୍ତି କି, ତାଙ୍କ ବାପା ସିଲଙ୍ଗ୍‌ର ଜଣେ ଜଣାଶୁଣା ଡାକ୍ତର ଥିଲେ। କମ୍‌ ବର୍ଷ ବୟସରେ ବ୍ରେନ୍‌ ହାମ୍‌ରେଜ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କ ମା’ ୨୫ ବର୍ଷର ଥିଲେ, ଆଉ ସେ ମାତ୍ର ୨ ବର୍ଷର। ଏବେ ମା’ଙ୍କ ଦ୍ୱିତୀୟ ବିବାହ ବିଷୟରେ ଦେବର୍ତୀ କୁହନ୍ତି, ମା’ଙ୍କୁ ବିବାହ ପାଇଁ ରାଜି କରାଇବାରେ ତାଙ୍କୁ ବହୁତ ସମୟ ଲାଗିଥିଲା।

କହି ରଖୁଛୁ, ଚଳିତ ବର୍ଷ ମାର୍ଚ୍ଚରେ ଦେବାର୍ତୀଙ୍କ ମା’ଙ୍କର ବିବାହ ପଶ୍ଚିମବଙ୍ଗର ସ୍ୱପନଙ୍କ ସହିତ ହୋଇଛି। ଉଭୟଙ୍କୁ ୫୦ ବର୍ଷ ବୟସ। ଦେବାର୍ତୀଙ୍କ କହିବା ହେଲା, ସ୍ୱପନଙ୍କର ଏହା ପ୍ରଥମ ବିବାହ। ବିବାହ ପରେ ତାଙ୍କ ମା’ଙ୍କ ଜୀବନ ବହୁତ ବଦଳି ଯାଇଛି। ସେମାନେ ଏବେ ବହୁତ ଖୁସିରେ ରହୁଛନ୍ତି। ପୂର୍ବରୁ ତାଙ୍କ ମା’ ପ୍ରତ୍ୟେକ କଥାରେ ଚିଡି ହୋଇ ଯାଉଥିଲେ। ହେଲେ ଏବେ ଉଭୟ ମିଶି ବହୁତ ମଜା, ମସ୍ତି କରୁଛନ୍ତି।