ଆଉ ନାହିଁ ତ୍ରାହି, ୧ ଜାନୁଆରୀ ୨୦୨୧ରେ ଏହି ବାହନରେ ଫାସଟାଗ୍‌ ଲାଗିବା ବାଧ୍ୟତାମୂଳକ

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ନୋଟିଫିକେସନ୍‌ ଜାରି କରିଛନ୍ତି। ଯେଉଁଥିରେ ୧ ଜାନୁଆରୀ, ୨୦୨୧ ଠାରୁ ଏହାକୁ ଫାସଟାଗ ବାଧ୍ୟତାମୂଳକ କରିଦିଆଯାଇଛି। ୧ ଡିସେମ୍ବର ୨୦୧୭ ପୂର୍ବରୁ ବିକ୍ରି ହୋଇଥିବା ଏମ ଏବଂ ଏନ ଶ୍ରେଣୀର ଚାରି ଚକିଆ ଗାଡି ପାଇଁ ଫାଷ୍ଟାଗ୍‌ ବାଧ୍ୟତାମୂଳକ କରିଦିଆଯାଇଛି। ଏଥିପାଇଁ କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ରେ ସଂଶୋଧନ କରାଯାଇଛି।
ମନ୍ତ୍ରାଳୟ ଏହାକୁ ନେଇ ଛଅ ନଭେମ୍ବରକୁ ନୋଟିଫିକେସନ୍‌ ଜାରି କରିଦେଇଛନ୍ତି।

କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ ଅନୁଯାୟୀ ଡିସେମ୍ବର ପହିଲା ୨୦୧୭ରୁ ନୂଆ ଚାରିଚକିଆ ଯାନର ସମସ୍ତ ପ୍ରକାର ପଞ୍ଜୀକରଣ ପାଇଁ ଫାସଟାଗକୁ ବାଧ୍ୟତାମୂଳକ କରିଦିଆଯାଇଥିଲା ଏବଂ ବାହନ ନିର୍ମାଣକାରୀ କମ୍ପାନୀ କିମ୍ବା ସେମାନଙ୍କ ଡିଲା ଫାସଟାଗର ଅପୂର୍ତ୍ତି କରୁଛନ୍ତି। ଏହାସହିତ ଏହା ବାଧ୍ୟତାମୂଳକ କରିଦିଆଯାଇଥିଲା ଯେ ପରିବହନ ଗାଡି ପାଇଁ ଫାସଟାଗ ଲଗାଇବା ପରେ ହିଁ ଫିଟନେସ୍‌ ପ୍ରମାଣପତ୍ରର ନବୀକଣ କରାଯିବ। ଏହାଛଡା ରାଷ୍ଟ୍ରୀୟ ପରମିଟ ବାହନ ପାଇଁ ମଧ୍ୟ ଏକ ଅକ୍ଟୋବର, ୨୦୧୯ରୁ ଫାସଟାଗ ଲଗାଇବା ବାଧ୍ୟତାମୂଳକ ଅଟେ।

ଫର୍ମ ୫୧ରେ ସଂଶୋଧନ ଜରିଆରେ ଏହାକୁ ମଧ୍ୟ ବାଧ୍ୟତାମୂଳକ କରିଦିଆଯାଇଛି ଯେ ଏକ ନୂଆ ଥାର୍ଡ ପାର୍ଟୀ ବୀମା ନେବା ସମୟରେ ବୈଧ ଫାସଟାଗ ରହିବା ବାଧ୍ୟତାମୂଳକ ଅଟେ। ଏଥିରେ ଫାସଟାଗ ଆଇଡି ବ୍ୟୁରା ସାମିଲ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୋଟିଫିକେସନ କେବଳ ଇଲେକଟ୍ରୋନିକ ମାଧ୍ୟମରେ ଟୋଲ ପ୍ଲାଜାରେ ଶୁଳ୍କର ୧୦୦ ପ୍ରତିଶତ ପେମେଣ୍ଟ ଭରିବାକୁ ସୁନିଶ୍ଚିତ କରିବାର ଏହା ଏକ ପ୍ରମୁଖ ପଦକ୍ଷେପ ହେବ ଏବଂ ବାହନ ବିନା କୌଣସି ବାଧାରେ ଫ୍ରି ପ୍ଲାଜାରେ କ୍ରସ୍‌ କରିପାରିବ। ଏହାଦ୍ୱାରା ପ୍ଲାଜାରେ ଆଉ ଅପେକ୍ଷା କରିବାକୁ ପଡିବନାହିଁ ଏବଂ ଇନ୍ଧନ ମଧ୍ୟ ସଞ୍ଚୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.