ଏବେ ଏହି ବ୍ୟାଙ୍କ ବଢ଼ାଇଲା FD ସୁଧ ହାର, ଜାଣିନିଅନ୍ତୁ ଆପଣ ବି ରହିବେ ଫାଇଦାରେ..

ବଢ଼ିଲା FD ସୁଧ ଦର । ନିକଟରେ ଏଚଡ଼ିଏଫସି ବ୍ୟାଙ୍କ ଏହି ଦରକୁ ବଢ଼ାଇଥିବା ବେଳେ ଏବେ ICICI ବ୍ୟାଙ୍କ ନିଜ ଏଫଡ଼ି ହାରକୁ ବଢ଼ାଇଛି।ପ୍ରାଇଭେଟ ସେକ୍ଟର ଅଗ୍ରଣୀ ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ନିଜର ଫିକ୍ସ ଡିପୋଜିଟ ସ୍କିମକୁ ନେଇ ନୂଆ ନିୟମ ଲାଗୁ କରିଛି । ବ୍ୟାଙ୍କ ତରଫରୁ ଏବେ ୨ କୋଟିରୁ ୫ କୋଟି ମଧ୍ୟରେ ଏଫଡ଼ି ଉପରେ ସୁଧ ଦରକୁ ବଢ଼ାଇ ଦିଆଯାଇଛି।

ପୁଣି ବଢ଼ିଲା ଏଫଡ଼ି ସୁଧହାର। ଏବେ ପୁଣି ଥରେ ଆଉ ଏକ ବ୍ୟାଙ୍କ ନିଜ ଏଫଡି ହାରକୁ ବୃଦ୍ଧି କରିଛି। ଆଗରୁ ଅନେକ ବ୍ୟାଙ୍କ ଏଥିରେ ବୃଦ୍ଧି କରିଥିଲେ ବି ଏବେ ଆଇସିଆଇସିଆଇ ବ୍ୟାଙ୍କ ଏହି ରେସ୍‌ ରେ ସାମିଲ ହୋଇଛି। ନିକଟରେ ଏଚଡ଼ିଏଫସି ବ୍ୟାଙ୍କ ଏହି ଦରକୁ ବଢ଼ାଇଥିବା ବେଳେ ଏବେ ICICI ବ୍ୟାଙ୍କ ନିଜ ଏଫଡ଼ି ହାରକୁ ବଢ଼ାଇଛି।

ପ୍ରାଇଭେଟ ସେକ୍ଟର ଅଗ୍ରଣୀ ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ନିଜର ଫିକ୍ସ ଡିପୋଜିଟ ସ୍କିମକୁ ନେଇ ନୂଆ ନିୟମ ଲାଗୁ କରିଛି । ବ୍ୟାଙ୍କ ତରଫରୁ ଏବେ ୨ କୋଟିରୁ ୫ କୋଟି ମଧ୍ୟରେ ଏଫଡ଼ି ଉପରେ ସୁଧ ଦରକୁ ବଢ଼ାଇ ଦିଆଯାଇଛି।

ପ୍ରାଇଭେଟ ସେକ୍ଟରର୍ସ ବ୍ୟାଙ୍କ ଲଗାତାର ଗ୍ରାହକଙ୍କୁ ଉପାହାର ଦେଇଆସୁଛି । ପ୍ରଥମେ HDFC ବ୍ୟାଙ୍କ ନିଜର ଏଫଡି ଉପରେ ସୁଧ ଦର ବୃଦ୍ଧି କରିଥିଲା , ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ପୁଣିଥରେ ଏଫଡି ସୁଧ ରେଟ୍ ବଢାଇଛି । ବ୍ୟାଙ୍କ ତରଫରୁ ଗୋଟିଏ ମାସ ମଧ୍ୟରେ ଲଗାତାର ଦୁଇଥର ସୁଧ ହାର ବୃଦ୍ଧି ଘଟିଛି । ଦୁଇ କୋଟି ରୁ ୫ କୋଟି ପର୍ଯ୍ୟନ୍ତ ଏଫଡି ସୁଧହାର ବୃଦ୍ଧି କରିଛି ।

ଆଇସିଆଇସିଆଇ ବ୍ୟାଙ୍କ Bulk FD ଉପରେ ସୁଧ ଦର ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବଢାଇଛି । ଏହା ପୂର୍ବରୁ ୭ ଫେବୃଆରୀରେ ମଧ୍ୟ ବ୍ୟାଙ୍କ ତରଫରୁ ସୁଧଦର ବଢାଯାଇଥିଲା । ICICI Bank ରେ ଏଫି କରାଇଥିବା ଗ୍ରାହକଙ୍କୁ ବର୍ତ୍ତମାନ ୭ଦିନରୁ ୧୦ ବର୍ଷର ଏଫଡି ଉପରେ ୪.୭୫ ପ୍ରତିଶତ ନେଇ ୭.୧୫ ପ୍ରତିଶତର ସୁଧ ଦର ଦେଉଛି । ସବୁଠାରୁ ଅଧିକ ସୁଧ ୧୫ ମାସର ଫିକ୍ସଡିପୋଜିଟରୁ ମିଳୁଛି ।

ନୂଆ ଦର ଅନୁସାରେ, ଆଇସିଆଇସିଆଇ ବ୍ୟାଙ୍କ ଏଫଡି ଉପରେ ଗ୍ରାହକଙ୍କୁ ୭ରୁ ୧୪ ଏବଂ ୧୫ ରୁ ୨୯ ଦିନର ଏଫଡି ଉପରେ ୪.୭୫ ପ୍ରତିଶତ , ସେହିପରି ୩୦ରୁ ୪୫ ଦିନ ଉପରେ ୫.୫୦ ପ୍ରତିଶତ, ୪୬ ଦିନରୁ ୬୦ ଦିନ ଉପରେ ୫.୭୫ ପ୍ରତିଶତ, ୬୧ ରୁ ୯୦ ଦିନ ପର୍ଯ୍ୟନ୍ତ ୬ପ୍ରତିଶତ, ୧୨୦ଦିନରୁ ୧୨୧ ଦିନ, ୧୫୦ ରୁ ୧୫୧ରୁ ୧୮୪ ଦିନ ପର୍ଯ୍ୟନ୍ତ ୬.୫୦ ପ୍ରତିଶତ, ସେହିପରି ୧୮୫ ରୁ ୨୧୦, ୨୧୧ ରୁ ୨୭୦, ୨୭୧ରୁ ୨୮୯ ଏବଂ ୨୯୦ରୁ ଏକବର୍ଷ ରୁ କମ ଉପରେ ୬.୬୫ ପ୍ରତିଶତ ସୁଧ ଦେଉଛନ୍ତି । ଏହା ବ୍ୟତୀତ ୩୮୯ ଦିନ,୩୯୦ ରୁ ୧୫ ମାସରୁ ୧୮ ମାସର ଅବଧି ଉପରେ ସୁଧ ଦର ୭.୧୫ ପ୍ରତିଶତ ବଢାଇଛି ।

ଆଶା କରୁଛୁ ଆଜିର ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ବ୍ୟାଙ୍କ ସମ୍ବନ୍ଧିତ ଏଭଳି ଜରୁରୀ ଅପଡେଟ ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନ୍ୟୁଜ ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.