ଏହି କାମରେ ଶନିଦେବ ହୋଇଯିବେ ପ୍ରସନ୍ନ

ଶନିଦଷାରୁ ମୁକ୍ତି ତଥା ଶନିଙ୍କର କୋପ ଦୃଷ୍ଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ପ୍ରତି ଶନିବାର ଏମିତି କିଛି ଜିନଷକୁ ଦାନ କରନ୍ତୁ। ଯାହାକୁ ଦାନ କରିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ଖୁସି ହେବେ। ଆଶିର୍ବାଦ ବର୍ଷା କରିବେ। ଏହାବ୍ୟତୀତ ଏପରି କିଛି ଜିନିଷ ରହିଛି ଯାହା ଶନିବାର ଦିନ ଘରେ ଖାଇବା ଅନୁଚିତ। ଯେଉଁ ଲୋକମାନେ ଶନିବାର ଦିନ ମାଂସ ଏବଂ ମଦ ପାନ କରିଥାନ୍ତି ସେମାନେ ଶନିଙ୍କ ଶୁଭ କୃପା ଲାଭ କରିପାରନ୍ତି ନାହିଁ। ଏଥିସହ ଦୁର୍ଘଟଣାର ଆଶଙ୍କା ବଢିଥାଏ।

ଆମ ପୁରାଣରେ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ କର୍ମଫଳ ଦାତା ବୋଲି କୁହାଯାଇଥାଏ। ସ୍ୱଭାବରେ କଠୋର ହେବା କାରଣରୁ ଶନି ଖରାପ କାମ ଏବଂ ଏହା ଅନୁଯାୟୀ ଦଣ୍ଡ ଦେଇଥାଆନ୍ତି। ଯେବେ ଶନି ଅଶୁଭ ଫଳ ଦେଇଥାଆନ୍ତି ତ ବ୍ୟକ୍ତିର ଖରାପ ସମୟ ଚାଲିଥାଏ। ଏମିତିରେ ଶନିବାର ଦିନ ଶନିଙ୍କ ପ୍ରଭାବକୁ ସକାରାତ୍ମକ କରିବା ପାଇଁ ଉପଯୁକ୍ତ ବୋଲି କୁହାଯାଇଥାଏ। କୁହନ୍ତି, ଶନିବାର ଶନିଦେବଙ୍କ ବାର ଏବଂ ଏହି ଦିନ ଆପଣ କିଛି ସହଜ ଉପାୟ ଆପଣାଇ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ।

ଆଜି ଦିନ ଅର୍ଥାତ ଶନିବାରେ ଶନି ଦେବଙ୍କୁ ପ୍ରସନ୍ନ କରିବାର ସୁବର୍ଣ୍ଣ ସୁଯୋଗ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ଅଶୁଭ ପ୍ରଭାବ ଚାଲିଥାଏ ତେବେ ଶନିବାର ଦିନ ସେହି ବ୍ୟେକ୍ତି ଉପବାସ କରିବା ଆବଶ୍ୟକ। ଜ୍ୟୋତିଷ ବିଦ୍ୱାନଙ୍କ କହିବାନୁଯାୟୀ ବ୍ରତ କରିବା ଦ୍ୱାରା ମନ ସୁଦ୍ଧ ହୋଇଥାଏ। ଶନି ହେଉଛନ୍ତି ନ୍ୟାୟାଧୀସ। ସେ ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି।

ହିନ୍ଦୁ ଧର୍ମରେ ଦାନ ଦେବାର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁସାରେ ଦାନ କରିବା ଦ୍ୱାରା ମନୁଷ୍ୟ କୁ ସବୁ କଷ୍ଟରୁ ମୁକ୍ତି ମିଳେ। ଏହାସହ ପୁଣ୍ୟ ପ୍ରାପ୍ତି ହୁଏ। ଏଭଳି ମନାଯାଏ ଯେଉଁ ବ୍ୟକ୍ତି ବିନା କୌଣସି ସ୍ୱାର୍ଥ ଭାବରେ ଦାନ କରେ ତାର ଜୀନରେ ଅନେକ ଶୁଭଫଳ ମିଳିଥାଏ। ସ୍ୱୟଂ ଶନିଦେବ ତାଙ୍କୁ ଆଶିର୍ବାଦ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗରିବ ଓ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ଭକ୍ତଙ୍କ ଉପରେ ପ୍ରଭୁଙ୍କର ଶୁଭ କୃପା ରୁହେ। ଏହାସହିତ ଶନି ସାଢ଼େ ସତୀ ଓ ଦେଢ଼୍ୟା ର ପ୍ରକୋପ ମଧ୍ୟ ବ୍ୟକ୍ତି ଙ୍କ ଉପରେ କମ ପ୍ରଭାବ ପଡ଼େ।

ଆଜି ଜାଣନ୍ତୁ କେଉଁ ସବୁ ଜିନିଷ ଦାନ କଲେ ଶନିଦେବଙ୍କ କୃପା ବର୍ଷିଥାଏ:

ସିନ୍ଥି:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କ କୃପା ପାଇବା ପାଇଁ ମହିଳାଙ୍କ ମଥା ପଟି ବା ସିନ୍ଥି ଦାନ କରିବା ଦ୍ୱାରା ଲାଭବାନ ହୋଇଥାନ୍ତି। ଯଦି ସିନ୍ଥି ଦାନ କରାଯାଏ ତେବେ ମନାଯାଏ ସ୍ୱାମୀ ଙ୍କ ଉପରକୁ ଆସୁଥିବା ସବୁ ସଙ୍କଟ ଦୂର ହୋଇଯିବ। ସ୍ୱାମୀଙ୍କ ଉନ୍ନତି ହୋଇଥାଏ।

ଜୋତା ଚପଲ ଦାନ:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା ଚପଲର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି। ଶାସ୍ତ୍ରରେ କୁହାଯାଏ ଶନିଦୋଷ ପାଦ ମଧ୍ୟରେ ଶରୀରକୁ ପ୍ରବେଶ କରିଥାଏ। ଏମିତିରେ ଶନିବାର ଦି ନ କଳା ରଙ୍ଗର ଜୋତା ଚପଲକୁ ଦାନ କରିବା ଉଚିତ। ଏହା ଶୁଭ ମନାଯାଏ। ଏହାକଲେ ଶନିଦୋଷରୁ ତୁରନ୍ତ ମୁକ୍ତି ମିଳିଥାଏ।

ଛତା ଦାନ:
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ସମ୍ବନ୍ଧ ଛତା ସହ ବି ରହିଛି। କୁହାଯାଏ କୈାଣସି ବି ବ୍ୟକ୍ତିଙ୍କୁ ଛତା ଦାନ କରିବା ବହୁତ ଭଲ ମନାଯାଏ। ଏହା ସବୁଠୁ ମହତ ଦାନ। କୁହାଯାଏ ବ୍ରାହ୍ମଣଙ୍କୁ ଶ୍ରାଦ୍ଧରେ ଛତା ଦାନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.