ଏଣିକି ବାଇକ୍ ଆକ୍ସିଡେଣ୍ଟରୁ ରକ୍ଷା କରିବ ଏୟାରବ୍ୟାଗ୍, ଆସିଲା ନୂଆ ସେଫ୍ଟି ଫିଚର୍
ଏବେ ବାଇକ ଚାଳକଙ୍କ ପାଇଁ ଆସିଲା ଏୟାର ବ୍ୟାଗ୍ । କାର ଯେପରି ତାର ମ୍ୟାନୁଫ୍ୟାକ୍ଚରିଙ୍ଗରେ ଏୟାରବ୍ୟାଗକୁ ସାମିଲ କରୁଛି, ଠିକ ସେହିଭଳି ଚାଳକଙ୍କ ସେଫ୍ଟି ପାଇଁ ଏବେ ବାଇକ ଚାଳକ ବି ପାଇପାରିବେ ଏୟାର ବ୍ୟାଗ୍ ।
ଏବେ ବାଇକ ଚାଳକଙ୍କ ପାଇଁ ଆସିଲା ଏୟାର ବ୍ୟାଗ୍ । କାର ଯେପରି ତାର ମ୍ୟାନୁଫ୍ୟାକ୍ଚରିଙ୍ଗରେ ଏୟାରବ୍ୟାଗକୁ ସାମିଲ କରୁଛି, ଠିକ ସେହିଭଳି ଚାଳକଙ୍କ ସେଫ୍ଟି ପାଇଁ ଏବେ ବାଇକ ଚାଳକ ବି ପାଇପାରିବେ ଏୟାର ବ୍ୟାଗ୍ । ଏକ କମ୍ପାନୀ ଏମିତି ଏକ ଜିନ୍ସ ପ୍ୟାଣ୍ଟ ପ୍ରସ୍ତୁତ କରିଛି ଯାହା ଏୟାର ବ୍ୟାଗ ସହ ଫିଟ୍ ରହିଛି । ଏହି ଜିନ୍ସ ପ୍ୟାଣ୍ଟକୁ ପିନ୍ଧି ପରେ ଆପଣ ଯେତେ ବଡ ଦୁର୍ଘଟଣାର ଶିକାର ହୁଅନ୍ତୁ ନା କାହିଁକତ ଆପଣଙ୍କ ଜୀବନ ରକ୍ଷା ପାଇଯିବ ।
ଆପଣ ଗାଡି ଚଲାଇବା ସମୟରେ ଆପଣ ନିଜର ସେଫ୍ଟି ଉପରେ କେତେ ଧ୍ୟାନ ଦିଅନ୍ତି । ଅନେକ ଲୋକଙ୍କୁ ଗାଡି ଚଲାଇଲାବେଳେ ଏହି ଚିନ୍ତା ବେଶି ବ୍ୟସ୍ତ କରିଥାଏ ଯେ କୌଣସି ବଡ ଗାଡି ତାଙ୍କୁ ଆସି ଧକ୍କା ଦେବନି ତ । ଏମିତିରେ ତ କେବଳ ହେଲମେଟକୁ ଛାଡିଦେଲେ ଆଉ କୌଣସି ବି ଉପକରଣ ବାଇକ ଚାଳକଙ୍କ ପାଖରେ ନଥାଏ । ଏମିତିରେ ଚଳନ୍ତା ବାଇକରୁ ଯଦି କୌଣସି ବ୍ୟକ୍ତି ତଳେ ପଡିଯାନ୍ତି ତାହେଲେ ତାଙ୍କୁ ଗମ୍ଭୀର ଆଘାତ ଲାଗିବା ସହ ଜୀବନ ଚାଲିଯିବାର ବି ଭୟ ରହିଥାଏ । ଆପଣ ଅନେକ ଥର ଏ ଖବର ବି ଶୁଣିଥିବେ ଆଖିରେ ଦେଖି ବି ଥିବେ ଯେ ରାସ୍ତାରେ କେତେ କେତେ ବଡ ସଡକ ଦୁର୍ଘଟଣା ଘଟୁଛି । ଆଉ ପ୍ରାୟ ପ୍ରତ୍ୟେକ ଦିନ କେତେ କେତେ ଲୋକଙ୍କର ଜୀବନ ଯାଉଛି ତାର ହିସାବ ନାହିଁ । ସବୁ ଦିନ ଆପଣ ସଡକ ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣିଥିବେ, କିନ୍ତୁ ଏବେ ଆପଣଙ୍କ ଏହି ଟେନସନ୍ ଦୂର ହେବାକୁ ଯାଉଛି । ଏକ କମ୍ପାନୀ କାରରେ ଲାଗୁଥିବା ଏୟାର ବ୍ୟାଗ ଭଳି ବାଇକ ଚାଳକଙ୍କ ପାଇଁ ମଧ୍ୟ ଏୟାରବ୍ୟାଗ ଥିବା ସୁଟ୍ ପ୍ରସ୍ତୁତ କରିଛନ୍ତି ।
ସ୍ୱିଡିସ କମ୍ପାନୀ ମୋସାଇକେଲ ଏକ ଏମିତି ଜିନ୍ସ ପ୍ୟାଣ୍ଟ ପ୍ରସ୍ତୁତ କରିଛି, ଯାହା ଭିତରେ ଏୟାର ବ୍ୟାଗ ଫିଟ୍ ଥିବ । ଏହି ଜିନ୍ସ ପ୍ୟାଣ୍ଟର ଖାସିୟତ୍ ହେଉଛି ଆକ୍ସିଡେଣ୍ଟ କିମ୍ବା ଗଭୀର ଆଘାତ ସମୟରେ ଏଥିରେ ଲାଗିଥିବା ଏୟାରବ୍ୟାଗ ଫୁଲି ଯିବ, ଯାହାଦ୍ୱାରା ବାଇକ ଚାଳକ ଏବଂ ବାଇକରେ ବସିଥିବା ଲୋକ ଆଉ ଗୁରୁତର ଭାବେ ଆହତ ହେବେନାହିଁ, ଯାହାପରେ ଗଭୀର ଆଘାତର ବି ଆଶଙ୍କା କମ୍ ହୋଇଯିବ ।
କମ୍ପାନୀ ଦାବି କରିଛି ଯେ ଏହି ଖାସ୍ ଜିନ୍ସ ପ୍ୟାଣ୍ଟରେ ବାଇକ ଚାଳକଙ୍କୁ ଡବଲ ସେଫ୍ଟି ମିଳିବ । ପ୍ରଥମ କଥା ତ ସେ ଆକ୍ସିଡେଣ୍ଟର ଗଭୀର ଆଘାତ ଠାରୁ ରକ୍ଷା ପାଇଯିବେ । ଆଉ ଦ୍ୱିତୀୟ କଥା ହେଉଛି ତଳେ ପଡିଲେ ବି ଆଉ ଗୋଡ ଆଣ୍ଠୁରେ ଆନଛୁଡା ହେବନାହିଁ । ଯଦିଓ ଏହି ଏୟାରବ୍ୟାଗ୍ କେବଳ ଗୋଟେ ଥର ୟୁଜ୍ ପାଇଁ ହିଁ ହେବ । ଯଦି କୌଣସି ଦୁର୍ଘଟଣାରେ ଥରେ ଏହାର ବ୍ୟବହାର ହୋଇଯାଇଛି ତାହେଲେ ପରବର୍ତ୍ତୀ ଆକ୍ସିଡେଣ୍ଟ ସମୟରେ ଏହାକୁ ଚେଞ୍ଜ୍ କରିବାକୁ ହେବ ।
ଏୟାର ବ୍ୟାଗ୍ ଫିଚର ଥିବା ଏହି ଜିନ୍ସ ପ୍ୟାଣ୍ଟ ଅଣ୍ଟା ଠାରୁ ତଳକୁ ଶରୀରର ସେଫ୍ଟି ପ୍ରଦାନ କରିବ । ଉପରର ବଡି ପାର୍ଟ ପାଇଁ ଅନ୍ୟ ସୁଟ୍ ପ୍ରସ୍ତୁତ କରାଯାଇଛି । ତାହା ହେଉଛି ଏକ ସେଫ୍ଟି ଜ୍ୟାକେଟ । ଯାହା ଭିତରେ ଏୟାରବ୍ୟାଗ ଫିଟ୍ ଥିବ । ବାଇକ ଚାଳକ ବଡ ଦୁର୍ଘଟଣାକୁ ସାମ୍ନା କରି ତଳେ ପଡିବା ଏବଂ ଖଣ୍ଡିଆ ଖାବରା ହେବା ସ୍ଥିତିରେ ଏହି ଏୟାରବ୍ୟାଗ୍ ଆପେ ଆପେ ଫୁଲିଯିବ ଏବଂ ଗମ୍ଭୀର କ୍ଷତି ଠାରୁ ରକ୍ଷା କରିବ । ତେବେ କହି ରଖିବାକୁ ଚାହିଁବୁ ଯେ ଏହି ସେଫ୍ଟି ଜ୍ୟାକେଟ ଏବଂ ଜିନ୍ସ ପ୍ୟାଣ୍ଟ ବର୍ତ୍ତମାନ ଭାରତରେ ଉପଲବ୍ଧ ନାହିଁ କିନ୍ତୁୁ ବହୁତ ଜଲଦି ଏହାକୁ ଭାରତରେ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି ।