୧୧ହଜାର ଟଙ୍କା ଶସ୍ତାରେ ଘରକୁ ଆଣନ୍ତୁ ୪୦ଇଞ୍ଚ LED Smart TV, ପୁରୁଣା ଟିଭି ଦେଲେ ମିଳିବ ଆହୁରି ଅଧିକ ଅଫର

ଫ୍ଲିପକାର୍ଟ ଦ ବିଗ୍‌ ବିଲିୟନ ଡେର ଆଜି ହେଉଛି ଚତୁର୍ଥ ଦିନ। ଏମିତିରେ ଯଦି ଆପଣ ବଡ ସାଇଜର ଟିଭି କିଣିବାକୁ ଚାହୁଁଛନ୍ତି କିନ୍ତୁ ଅଧିକ ଦାମ କାରଣରୁ କିଣିପାରୁନାହାନ୍ତି ତେବେ ଶସ୍ତାରେ ଜିନିଷ କିଣିବାର ସୁଯୋଗ ଦେଇଛି ଫ୍ଲିପକାର୍ଟ। ଟିଭି ନିର୍ମାଣକାରୀ କମ୍ପାନୀ ଭିୟୁ ଦୁଇଟି ସ୍ମାର୍ଟ ଟିଭି ଉପରେ ଭାରୀ ଡିସକାଉଣ୍ଟ ଦେଇଛି।

flipcartଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ Vu ultra Smart 40 ଇଞ୍ଚ ଫୁଲ ଏଚଡି ସ୍ମାର୍ଟ ଟିଭିକୁ କେବଳ ୧୫,୯୯୯ ଟଙ୍କାରେ କିଣିପାରିବେ। ଏହି ସ୍ମାର୍ଟ ଟିଭିର ଅସଲି ଦାମ ହେଉଛି ୨୭୦୦୦ ଟଙ୍କା। ଏହି ଟିଭି ଉପରେ ଗ୍ରାହକଙ୍କୁ ନୋ କଷ୍ଟ ଇଏମଆଇର ମଧ୍ୟ ଅପସନ ଦିଆଯାଉଛି। ଏହାସହିତ ଯଦି ଆପଣ ପୁରୁଣା ଟିଭି ଦେଇ ନୂଆ ଟିଭି କିଣିବାକୁ ଚାହୁଁଛନ୍ତି ତେବେ ୭,୫୦୦ ଟଙ୍କାର ଡିସକାଉଣ୍ଟ ଦିଆଯିବ।

ଫ୍ଲିପକାର୍ଟର ଏହି ଅଫର ୪ ଅକ୍ଟୋବର ପର୍ଯ୍ୟନ୍ତ ରହିଛି। ଏହି ଅଫରରେ ଗ୍ରାହକଙ୍କୁ କେବଳ ଟିଭି ନୁହେଁ ବରଂ ହୋମ, ଫର୍ଣ୍ଣିଚର, ସ୍ମାର୍ଟଫୋନ ମଧ୍ୟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.