Below header

ଫ୍ଲିପକାର୍ଟରେ ୮୦% ଶସ୍ତାରେ କରନ୍ତୁ ରଜ ସପିଂ, ଜୁନ ପହିଲାରୁ ଆରମ୍ଭ ହେଉଛି ସେଲ୍‌

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ନିଜର ପ୍ଲାଟଫର୍ମରେ ଫ୍ଲିପଷ୍ଟାର୍ଟ ଡେଜ ର ଘୋଷଣା କରିଛି। ପ୍ରତି ମାସ ପ୍ରଥମ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ହେଉଥିବା ଏହି ସେଲରେ ଅନେକ ପ୍ରକାର ଅଫର୍ସ ଉପଲବ୍ଧ କରାଯାଏ। ଚଳିତ ବର୍ଷ ପୁଣି ଥରେ ଫ୍ଲିପକାର୍ଟର ଅଫିସିଆଲ ପେଜରୁ ଜଣାପଡିଛି ଯେ ଫ୍ଲିପକାର୍ଟ ଡେଜ ସେଲର ଆରମ୍ଭ ୧ ଜୁନ୍ ହେବ ଏବଂ ୩ ଜୁନ୍ ପର୍ଯ୍ୟନ୍ତ ଏହା ରହିବ। ଯେଉଁଥିରେ ଅନେକ ପ୍ରକାରର ଅଫର ଦିଆଯିବ।

ଫ୍ଲିପକାର୍ଟ ନିଜ ପେଜରେ ସେଲ ପାଇଁ ଏକ ମାଇକ୍ରୋ ସାଇଟ୍ ବନାଇଛି, ଯେଉଁଥିରେ ସେଲର କିଛି ବିବରଣୀ ମିଳିଛି। ଜଣାପଡୁଛି ଯେ ସେଲରେ କ୍ରେଡିଟ୍ କାର୍ଡ ଏବଂ ଇଏମଆଇ ଟ୍ରାନଜାକସନ ଉପରେ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ।
ଖାଦ୍ୟ ପାନୀୟ ଜିନିଷ ଉପରେ ମିଳିବ ୭୦% ଡିସକାଉଣ୍ଟ

flipସେଲରେ ଅତ୍ୟାବଶ୍ୟକ ଜିନିଷ କ୍ରୟ ଉପରେ ମଧ୍ୟ ରିହାତି ଦିଆଯାଉଛି। ଏଠାରେ ଘର ଏବଂ ରୋଷେଇର ଖାଦ୍ୟ ପାନୀୟ ସାମଗ୍‌୍ରୀ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ପିଲାଙ୍କର ଡାୟପର, ସ୍କିନ କେୟାର ଭଳି ପ୍ରଡକ୍ଟକୁ ୯୯ ଟଙ୍କା ପ୍ରାରମ୍ଭିକ ଦାମରେ କିଣିପାରିବେ। କୁହାଯାଉଛି ଯେ ଏହି ସେଲରେ ବ୍ୟୁଟି ଏବଂ ପର୍ସନାଲ କେୟାର ପ୍ରଡକ୍ଟ ଉପରେ ୨୦-୭୦% ରିହାତି ମିଳିବ। କୁହାଯାଉଛି ଯେ ଏହି ସେଲରେ ଏକ ଲକ୍ଷରୁ ଅଧିକ ପ୍ରଡକ୍ୟ ଉପଲବ୍ଧ କରାଯାଇଛି।

ଫ୍ଲିପକାର୍ଟ ଫ୍ୟାସନ ଉପରେ ୮୦% ପର୍ଯ୍ୟନ୍ତ ରିହାତି

flipkartସେଲରେ ସୁଜ ଏବଂ ସ୍ୟାଣ୍ଡେଲ କ୍ରୟ ଉପରେ ୩୦-୭୦% ଡିସକାଉଣ୍ଟ ଦିଆଯିବ। ସେହିପରି ଯଦି ଆପଣ ଘଣ୍ଟା, ବ୍ୟାକପ୍ୟାକ, ଓ୍ଵାଲେଟ୍ ଭଳି ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ସେଥିରେ ୭୦% ରିହାତି ପାଇବେ। ଏହାବ୍ୟତୀତ ଟି-ସାର୍ଟ ଏବଂ ସାର୍ଟ ଉପରେ ୪୦-୭୦% ଡିସକାଉଣ୍ଟ ଏବଂ ଟପ୍ ଓ୍ଵିୟର, ବଟମ ଭଳି ଜିନିଷ ଉପରେ ୫୦-୮୦% ଡିସକାଉଣ୍ଟ ଦିଆଯିବ। ଏହାଛଡା ଫ୍ଲିପକାର୍ଟ ଡେଜ୍ ସେଲରେ ଟିଭି ଏବଂ ଆପ୍ଲାୟନ୍ସ ଏବଂ ହୋମ ଆପ୍ଲାଏନ୍ସ ଉପରେ ମଧ୍ୟ ଭାରି ଡିସକାଉଣ୍ଟର ଫାଇଦା ପାଇପାରିବେ।

ମିଳିବ ଏକ୍ସଟ୍ରା ଡିଲ୍ସ

ସେଲରେ ପ୍ରତିଦିନ ହଟ୍ ଡିଲସର ଆୟୋଜନ ହେବ, ଯେଉଁଥିରେ ଲାପଟପ, ବ୍ୟୁଟି ପ୍ରଡକ୍ଟ, ହୋମ ଡେକୋର ଭଳି ଅନେକ ଜିନିଷ ଉପରେ ଅଫର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.