Tik Tokକୁ ମାତ ଦେବକି Mitron ଆପ, ଏଭିତରେ ହୋଇସାରିଲାଣି ୫୦ ଲକ୍ଷ ଡାଉନ ଲୋଡ଼

ଅନେକ ଦିନରୁ ଭାରତରେ “ଟିକ ଟକ” ଆପକୁ ନେଇ ଅନେକ ବିରୋଧ ଭାସ ମୁଣ୍ଡ ଟେକିଛି । ଟିକଟକ ଓ ୟୁ ଟ୍ୟୁବ ଭିତରେ ଲାଗିରହିଥିବା ବିବାଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ “ଲୋକାଲ ଭୋକାଲ” ମନ୍ତବ୍ୟ ପରେ ଲୋକ ମାନେ ଏବେ ନିଜ ମୋବାଇଲରୁ ଏହି ଆପକୁ ଡିଲିଟ କରିବା ଆରମ୍ଭ କରିଦେଇଛନ୍ତି । ଏମିତିକି ଲୋକେ ପ୍ଲେ ଷ୍ଟୋରରେ ନେଗେଟିଭ ରିଭ୍ୟୁ ଦେଇ ଟିକ ଟକର ରେଟିଙ୍ଗ ଖସାଇ ଦେଇଛନ୍ତି । ଏଭିତରେ ଭାରତରେ Mitron ନାମକ ଏକ ଆପ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଏକ ସ୍ବଦେଶୀ ଆପ କୁହାଯାଉଥିବା ବେଳେ ମାତ୍ର କିଛି ସମୟ ଭିତରେ ଏହାକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନ ଲୋଡ଼ ମଧ୍ୟ କରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ମିତ୍ର ଆପକୁ ଆପଣ ଏକ ସ୍ବଦେଶୀ ଆପ ଭାବି ଡାଉନ ଲୋଡ଼ କରୁଛନ୍ତି । ଏହା କିନ୍ତୁ ପ୍ରକୃତରେ ଭାରତ ନିର୍ମିତ ଆପ ନୁହେଁ । ଏହାକୁ ନିର୍ମାଣ କରିଛି ପାକିସ୍ଥାନର ଏକ କମ୍ପାନୀ । ଏକ ସମ୍ବାଦ ପତ୍ର ରିପୋର୍ଟ ଅନୁଯାୟୀ, ଏହି ଆପ ଟିକୁ ପାକିସ୍ତାନୀ ସଫ୍ଟ ୱେୟର ଡେଭଲପର ଇରଫାନ ଶେଖଙ୍କ ଠାରୁ କିଣା ଯାଇଛି ।

ପୂର୍ବରୁ ଏହା ରୁର୍କି ଆଇଆଇଟିର ଛାତ୍ର ଶିବାଙ୍ଗ ଅଗ୍ରୱାଲ ନିର୍ମାଣ କରିଥିବା ନେଇ ଚର୍ଚ୍ଚ ହୋଇଥିଲା । ଆପଣଙ୍କୁ କହି ରଖିବା ଉଚିତ ହେବକି, Mitron ଆପର ପ୍ରକୁତ ନାମ Tic Tic । ଏହାକୁ ପ୍ରକୃତରେ ପାକିସ୍ଥାନର ଆଟି ଇଂଜିନିୟର ପ୍ରସ୍ତୁତ କରିଥିଲେ । ଇରଫାନଙ୍କ ଏହି ଆପକୁ ଜଣେ ଦୁବୃତ ୩୪ ଡ଼ଲାରରେ ବିକି ଦେଇଥିବା ଜଣାଯାଇଛି । ସୂତ୍ର ଅନୁଯାୟୀ ପାକିସ୍ଥାନୀ ଆପରେ କୌଣସି ବିଶେଷ ପରିବର୍ତ୍ତନ ଅଣା ଯାଇନାହିଁ । କେବଳ ନାଁ ପରିବର୍ତ୍ତନ କରାଯାଇ Mitronରଖାଯାଇଛି । ଏହା ସହ କେଉଁ ଭାରତୀୟ କମ୍ପାନୀ ଏହାକୁ କିଣିଛନ୍ତି ଓ କିଏ ଗୁଗୁଲ ପ୍ଲେ ଷ୍ଟୋରରେ ଏହାକୁ ଡାଉନ ଲୋଡ଼ କରିଛନ୍ତି ତାହା ବି ଏକ ପ୍ରକାର ରହସ୍ୟ ହୋଇରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.