ସବୁ ରେକର୍ଡ ଭାଙ୍ଗିିଲେ ବିରାଟ କୋହଲି, ଫୋବର୍ସ ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଏକମାତ୍ର କ୍ରିକେଟର

ପ୍ରକାଶ ପାଇଛି ୨୦୨୦ର ଫୋବର୍ସ ତାଲିକା। ଏହି ତାଲିକାରେ ସବୁଠୁ ଅଧିକ ରୋଜଗାର କରୁଥିବା ଏକ ମାତ୍ର କ୍ରିକେଟର ଭାବେ ରହିଛନ୍ତି ଭାରତ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ କେବଳ ବିରାଟ ହିଁ ସ୍ଥାନ ପାଇଛନ୍ତି।

Virat Kohli only Indian in Forbes' 100 highest-paid athletes list ...

ଫୋବର୍ସ ଅନୁସାରେ, କୋହଲିଙ୍କ ମୋଟ୍‌ ରୋଜଗାର ୨୬ ମିଲିୟନ୍‌ ଡଲାର ବା ୧୯୬ କୋଟି ଟଙ୍କା। ସେଥିରୁ ୨୪ ମିଲିୟନ୍‌ ଡଲାର ସେ ବିଜ୍ଞାପନରୁ କମାଉଥିବା ବେଳେ ବାକି ୨ ମିଲିୟନ୍‌ ଡଲାର ତାଙ୍କୁ ଦରମା ଆକାରରେ ମିଳିଥାଏ। ୨୦୧୯ ତୁଳନାରେ ସେ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି। ଚଳିତବର୍ଷ ସେ ୬୬ ତମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ ଯେ କୋହଲି ଲଗାତାର ଦ୍ୱିତୀୟ ଥର ପାଇଁ ଫୋବର୍ସ ତାଲିକାର ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୯ ମସିହାରେ ସେ ୧୦୦ ତମ ସ୍ଥାନରେ ଥିଲେ। ୨୦୧୯ରେ ତାଙ୍କ ରୋଜଗାର ଥିଲା ୨୫ ମିଲିୟନ୍‌ ଡଲାର।

ଫୋବର୍ସ ତାଲିକାରେ ରୋଜଗାର ମାମଲାରେ ପ୍ରଥମ ସ୍ଥାନରେ ରହିଛନ୍ତି ସ୍ୱିଜରଲ୍ୟାଣ୍ଡର ଟେନିସ୍‌ ଖେଳାଳି ରୋଜର ଫେଡରର। ତାଙ୍କ ରୋଜଗାର ପ୍ରାୟ ୧୦୯ ମିଲିୟନ୍‌ ବୋଲି ଜଣାଯାଇଛି। ତେବେ ଫୋବର୍ସ ତାଲିକାରେ କେବଳ ଫୁଟବଲରମାନେ ହିଁ ଲଗାତାର ଟପ୍‌ ସ୍ଥାନରେ ରହି ଆସୁଛନ୍ତି। ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ୧୦୫ ମିଲିୟନ୍‌ ଡଲାର ରୋଜଗାର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଆର୍ଜେଣ୍ଟିନାର ଫୁଟବଲର ଲିୟୋନଲ ମେସି ଅଛନ୍ତି। ଚଳିତ ବର୍ଷ ସେ ୧୦୪ ମିଲିୟନ୍‌ ଡଲାର ରୋଜଗାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.