ମାତ୍ର ୩ ହଜାର ଟଙ୍କାରେ କିଣନ୍ତୁ ଏହି ମିନି ଫ୍ରିଜ୍‌, ମିନିଟରେ ଜମିବ ବରଫ

ଗରମ ଋତୁ ଆସିସାରିଲାଣି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଅସହ୍ୟ ଗରମ ହେଲାଣି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଡରିଲେଣି। ପ୍ରଚଣ୍ଡ ତାପ ଏବଂ ଗୁଳୁଗୁଳି ପାଇଁ ଲୋକ ଏକଦମ୍‌ ବ୍ୟତିବସ୍ତ ହୋଇପଡୁଛନ୍ତି। ଗରମ ପୂର୍ବରୁ ଇ-କମର୍ସ ୱେବସାଇଟରେ ଫ୍ରିଜ ଉପରେ ଧମାକେଦାର ଡିସକାଉଣ୍ଟ ଦିଆଯାଉଛି। ଗରମ ପାଇଁ ଏସି, କୁଲର ଏବଂ ଫ୍ରିଜକୁ ବର୍ତ୍ତମାନ ବଢ଼ିଆ ସୁଯୋଗ। ମାର୍କେଟରେ ଡବଲ ଡୋର ଠାରୁ ପୋର୍ଟେବଲ ଫ୍ରିଜ୍‌ ମଧ୍ୟ ମହଜୁଦ ରହିଛି। ଯଦି ଆପଣ ସିଙ୍ଗଲ ରହୁଛନ୍ତି ବା ଏକା ରହୁଛନ୍ତି ତାହେଲେ ପୋର୍ଟେବଲ ଫ୍ରିଜ୍‌ ବେଷ୍ଟ ଅପ୍ସନ ରହିବ ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ମିନି ଫ୍ରିଜ ବିଷୟରେ କହିବାକୁ ଯାଉଛୁ, ଯାହା ମିନିଟରେ ବରଫ ଜମା କରିପାରେ।

7.5L Mini Car Refrigerator ର ଖାସିୟତ୍‌

ଏହାକୁ ଆପଣ କୌଣସି ଟ୍ରିପରେ ନେଇପାରିବେ ଏବଂ କାରରେ କିମ୍ବା ଅଫିସରେ ମଧ୍ୟ ରଖିପାରିବେ। ଏହି ଛୋଟ ସାଇଜର ଫ୍ରିଜ ଆପଣଙ୍କ ବଡ ବଡ କାମ କରିପାରିବ। ଆକାରରେ ଛୋଟ ହୋଇଥିବା ଏହି ଡିଭାଇସ ନା କେବଳ ରେଫ୍ରିଜରେଟରର କାମ କରିବ ବରଂ ଏହାକୁ ଆପଣ ଓ୍ଵାର୍ମର ଭଳି ମଧ୍ୟ ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ କୋଲ୍ଡ ଏବଂ ହଟ୍‌ ଉଭୟ ଅପସନ୍‌ ମିଳିଥାଏ। ଅର୍ଥାତ୍‌ ଯେତେବେଳେ ଥଣ୍ଡା କରିବାକୁ ହେବ ସେତେବେଳେ ଏହାର ଅପ୍ସନ ବାଛନ୍ତୁ ଏବଂ ଯେତେବେଳେ ପାଣିକୁ ଗରମ କରିବାର ଥିବ ଏହି ଅପସନକୁ ଚୟନ କରନ୍ତୁ।

ଫ୍ଲିପକାର୍ଟରେ କାର ରେଫ୍ରିଜରେଟର କିଣିପାରିବେ। ଏହାର ଲଞ୍ଚିଙ୍ଗ୍‌ ପ୍ରାଇଜ୍‌ ୩,୯୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟରେ ଏହାକୁ ଆପଣ ୨,୯୯୯ ଟଙ୍କାରେ କିଣିପାରିବେ। ଏହା ୭.୫ ଲିଟରରେ ଆସିଥାଏ। ଅର୍ଥାତ ପାଣି ବୋଟଲ, କୋଲଡ୍ରିଙ୍କ ଭଳି ଜିନିଷ ଏଥିରେ ରଖିପାରିବେ। ଫ୍ରୁଟ୍ସ ମଧ୍ୟ ରଖିପାରିବେ।

ଏହା ହାଇ କ୍ୱାଲିଟୀ ଏବିଏସ ମ୍ୟାଟେରିଆଲରେ ବନା ହୋଇଛି। କୁଲିଙ୍ଗ ପ୍ରାୟ ୫୦.୦ ଡିଗ୍ରୀ ଫାରେନହାଇଟ ତଳେ ଯାଇପାରିବେ। ଏହାର ହିଟିଙ୍ଗ ତାପମାତ୍ରା ପ୍ରାୟ ୧୪୯.୦ ଡିଗ୍ରୀ ଫରେନହାଇଟ ପର୍ଯ୍ୟନ୍ତ ଯାଇପାରିବ। ଏହାର ଲମ୍ବ ୫୭.୧ ଇଞ୍ଚ୍‌ ଏବଂ ଓସାର 12.6 x 7.1 x 11.8 ଇଞ୍ଚ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.