Below header

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଏଲିନା କାବଏଭା ଏବେ କେଉଁଠି, କ’ଣ କରୁଛନ୍ତି ସେ…! ସତରେ କ’ଣ ସେ ରାଷ୍ଟ୍ରପତିଙ୍କ ଯାଆଁଳା ଛୁଆର ମା’

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଭଳି ସ୍ଥିତିରେ ସାରା ବିଶ୍ୱରେ କେବଳ ଦୁଇ ଜଣ ବ୍ୟକ୍ତି ହିଁ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେବେ ଏହି ଦୁହିଁଙ୍କ ଭିତରୁ ବର୍ତ୍ତମାନ ପୁଟିନ ହିଁ ବିଶ୍ୱ ସ୍ତରରେ ସର୍ବାଧିକ ଚର୍ଚ୍ଚିତ ଚେହେରା। ତାଙ୍କର ପ୍ରତ୍ୟେକଟି କଥା ଜାଣିବାକୁ ଲୋକମାନେ ବେଶ୍‌ ଆଗ୍ରହୀ ଥାଆନ୍ତି। ଲୋକେ ତାଙ୍କ ସମ୍ପତ୍ତିଠାରୁ ଆରମ୍ଭ କରି ଘର, ପରିବାର, ବ୍ୟକ୍ତିଗତ ଜୀବନ ଏବଂ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ପୁଟିନଙ୍କ ଗାର୍ଲଫ୍ରେଣ୍ଡ କିଏ ଏବଂ ଯୁଦ୍ଧ ସମୟରେ ବର୍ତ୍ତମାନ ସେ କ’ଣ କରୁଛନ୍ତି? ଆସନ୍ତୁ ଜାଣିବା।

ପୁଟିନ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରାୟତଃ ଗୁପ୍ତ ରଖି ଥାଆନ୍ତି, କିନ୍ତୁ ତାଙ୍କ ଫଟୋଗୁଡ଼ିକ ଗଣମାଧ୍ୟମରେ ସାମ୍ନାକୁ ଆସିଥାଏ। ପୁଟିନଙ୍କ ପ୍ରଥମ ବିବାହ ୧୯୮୩ରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଲ୍ୟୁଡମିଲା ଶକ୍ରେବେନେଭାଙ୍କ ସହିତ ହୋଇଥିଲା। ସେତେବେଳେ ୩୦ ବର୍ଷୀୟ ପୁଟିନ କେଜିବି ଏଜେଣ୍ଟ ଥିଲେ। ସେହି ସମୟରେ ଲ୍ୟୁଡମିଲା ୨୫ ବର୍ଷର ଥିଲେ। ଯଦିଓ ୨୦୧୪ରେ ପୁଟିନ ଓ ଲ୍ୟୁଡମିଲାଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା। ସେପଟେ ବ୍ରିଟିଶ ଗଣମାଧ୍ୟମ ପୁଟିନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ଅନେକ ରିପୋର୍ଟ ପ୍ରକାଶ କରିଛି। ବିଗତ ଏକ ଦଶନ୍ଧି ଧରି ତାଙ୍କ ନାମ ୩୮ ବର୍ଷୀୟା ଜିମ୍ନାଷ୍ଟ ଏଲିନା କାବଏଭାଙ୍କ ସହ ଯୋଡ଼ି ହୋଇଛି। ସେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ରହିଛନ୍ତି। କୁହାଯାଉଛି କି, ଏଲିନା ରାଷ୍ଟ୍ରପତି ପୁଟିନଙ୍କ ଯାଆଁଳା ଛୁଆର ମା’।

ପୁଟିନଙ୍କ ନାମ ୨୦୦୮ରେ ପ୍ରଥମ ଥର ପାଇଁ ଏଲିନାଙ୍କ ସହିତ ଯୋଡ଼ି ହୋଇଥିଲା। ପୁଟିନ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଏଲିନାଙ୍କୁ ‘ରୁଷର ପ୍ରଥମ ମହିଳା’ ବୋଲି କୁହାଯିବାରେ ଲାଗିଥିଲା। ଯଦିଓ ସେ ଏହାକୁ ସର୍ବସାଧାରଣରେ ଅସ୍ୱୀକାର କରିଥିଲେ। ତଥାପି ଦୁଇଜଣଙ୍କ ରିଲେସନସିପ୍‌କୁ ନେଇ ଗୁଜବ ଥମିବାର ନାଁ ନେଲା ନାହିଁ। କୁହାଯାଉଥିଲା ଯେ ଉଭୟ ନିର୍ବନ୍ଧ ଏବଂ ପରେ ବିବାହ କରି ନେଇଛନ୍ତି। ୨୦୧୬ରେ ଏଲିନା ସାର୍ବଜନିକ ରୂପେ ମୁଦି ପିନ୍ଧି ଥିବାର ନଜର ଆସିଥିଲେ। ଏହା ଗୁଜବକାରୀଙ୍କୁ ଆହୁରି ସୁଯୋଗ ଦେଇଥିଲା। ୨୦୧୭ରେ ମଧ୍ୟ କଥା ଉଠିଥିଲା ଯେ ଏଲିନା ଗର୍ଭବତୀ ଅଛନ୍ତି। ସେତେବେଳେ ସେ ଏକ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଲୁଜ୍‌ ଫିଟିଙ୍ଗ୍‌ ଡ୍ରେସ୍‌ରେ ନଜର ଆସିଥିଲେ। କୁହାଯାଉଥିଲା, ସେ ନିଜ ବେବି ବମ୍ପ୍‌କୁ ଲୁଚାଇବା ପାଇଁ ଏମିତି ପୋଷାକ ପିନ୍ଧିଥିଲେ।

ଏଲିନା କାବଏଭା ଜଣେ ରୁଷୀୟ ରାଜନେତା, ମିଡିଆ ମ୍ୟାନେଜର ଏବଂ ଜଣେ ଅବସରପ୍ରାପ୍ତ ରିଦମିକ୍‌ ଜିମ୍ନାଷ୍ଟ। ଏଲିନାଙ୍କ ଜନ୍ମ ୧୨ ମେ’ ୧୯୮୩ରେ ସୋଭିଏତ୍‌ ସଂଘର ଅଂଶ ରହିଥିବା ଉଜବେକିସ୍ତାନରେ ହୋଇଥିଲା। ଏଲିନାଙ୍କ ବାପା ମରାଟ କାବଏଭା ଜଣେ ପ୍ରଫେଶନାଲ ଫୁଟବଲ ଖେଳାଳି ଥିଲେ। ବର୍ଷ ୨୦୦୦ରେ ସିଡନୀର ଏଥେନ୍ସ ଗେମ୍ସରେ ଏଲିନା ରିଦ୍‌ମିକ ଜିମ୍ନାଷ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୦୪ର ଏଥେନ୍ସ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

ଏଲିନା ନିଜ କ୍ୟାରିୟରରେ ୨ଟି ଅଲିମ୍ପିକ୍ ପଦକ, ୧୪ଟି ବିଶ୍ୱ ଚାମ୍ପିୟନସିପ୍ ଏବଂ ୨୧ଟି ୟୁରୋପିୟାନ ଚାମ୍ପିୟନସିପ୍ ପଦକ ଜିତିଛନ୍ତି। କ୍ରୀଡ଼ାରୁ ଅବସର ନେବା ପରେ ସେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୟୁନାଇଟେଡ୍ ରୁଷ ପାର୍ଟିରୁ ସଂସଦର ସଦସ୍ୟ ହୋଇଥିଲେ। ଏହାପରେ ରୁଷର ସବୁଠାରୁ ବଡ଼ ମିଡିଆ କମ୍ପାନୀ ନ୍ୟାସନାଲ ମିଡିଆ ଗ୍ରୁପର ଚେୟାରମ୍ୟାନ୍ ହୋଇଥିଲେ। ତେବେ ଗତ ୨ ବର୍ଷ ଧରି ଏଲିନା କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ନଜର ଆସି ନାହାନ୍ତି କି ତାଙ୍କୁ କୌଣସି ସ୍ଥାନରେ ବି ସ୍ପଟ୍‌ କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.