Flipkart ର Cooling Days Sale : ମାତ୍ର ୨୨୯୯୯ ଟଙ୍କାରେ ପାଆନ୍ତୁ ୪୫ହଜାର ଟଙ୍କାର ଏସି, ତୁରନ୍ତ କିଣନ୍ତୁ ଅଫର ଆଉ ଅଳ୍ପ ଦିନ. . .

ବର୍ତ୍ତମାନ ଗରମ ଆରମ୍ଭ ହୋଇସାରିଛି କିନ୍ତୁ ଏହି ଗରମରୁ ରକ୍ଷା ପାଇବା ପାଇଁ ଇ-କମର୍ସ ସାଇଟ ଫ୍ଲିପକାର୍ଡ ନିଜ ଗ୍ରାହକମାନଙ୍କ ପାଇଁ ନେଇ ଆସିଛି ଏକ ଧମାକାଦାର ଅଫର। ଫ୍ଲିପକାର୍ଡ ଗତକାଲି ୨୮ ତାରିଖରୁ ତିନି ଦିନ ପାଇଁ କୁଲିଙ୍ଗ ଡେ ସେଲ ଅଫର ଘୋଷଣା କରିଛି। ତିନି ଦିନ ଚାଲିଥିବା ଏହି ସେଲରେ ଏୟାର କଣ୍ଡିସନ, ରିଫ୍ରେଜିରେଟର ଏବଂ କୁଲରେ ୮୦ ପ୍ରତିଶତ ଟଙ୍କା ଡିସକାଉଣ୍ଟ ପାଇପାରିବେ। ଏହି ଅଫରରେ ସବୁଠାରୁ ଖାସ୍ କଥା ହେଉଛି କ୍ରେଡିଟ୍ ବା ଡେବିଟ୍ କାର୍ଡ ଏବଂ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ EMI ରେ ଜିନିଷ କିଣିଲେ ଆପଣ ୧୦ ପ୍ରତିଶତ ରିହାତି ପାଇପାରିବେ।

flipcartଫ୍ଲିପକାର୍ଡର ଏହି ତିନି ଦିନିଆ ଅଫରରେ ୪୫ ହଜାର ଟଙ୍କା ମୂଲ୍ୟର ଏସିକୁ ଆପଣ ୨୨,୯୯୯ ଟଙ୍କାରେ କିଣିପାରିବେ। ଖାଲି ଏତିକି ନୁହେଁ ଆପଣ କ୍ରେଡିଟ୍/ଡେବିଟ୍ କାର୍ଡରେ କିଣିବା ଦ୍ବାରା ଏହାର ମୂଲ୍ୟ ଆହୁରି ୧୦ ପ୍ରତିଶତ କମ୍ ହୋଇଯିବ। ଏହିଭଳି ଏୟାର କୁଲର୍ ଏବଂ ରେଫ୍ରିଜିରେଟରରେ ମଧ୍ୟ ୫୦ ପ୍ରତିଶତ ରିହାତି ପାଇପାରିବେ।

ମାର୍କେଟରେ ମରକ୍ୟୁ କମ୍ପାନିର ସ୍ପିଲ୍ଟ ଏସି ର ମୂଲ୍ୟ ୪୫ ହଜାର ଟଙ୍କା ରହିଥିବା ବେଳେ ଆପଣ ଫ୍ଲିପକାର୍ଡ ଏହି କୁଲିଙ୍ଗ ଡେ ସେଲରେ ୨୨,୯୯୯ ଟଙ୍କାରେ ଏହି ଏସି ପାଇପାରିବେ। ଏଥିରେ EMI ର ସୁବିଧା ମଧ୍ୟ ରହିଛି। ମାସିକ ୩,୮୩୪ ଟଙ୍କାର ନୋ କଷ୍ଠ EMI ର ଲାଭ ମଧ୍ୟ ଗ୍ରାହକ ଉଠାଇପାରିବେ। କମ୍ପାନି ଏହି ପ୍ରଡକ୍ଟ ପାଇଁ ୧ ବର୍ଷର ଗ୍ୟାରେଣ୍ଟି ମଧ୍ୟ ଦେଉଛି। ଗୋଦ୍ରେଜର ସିଙ୍ଗଲ୍ ଡୋର ଫ୍ରିଜ ଯାହାର ମୂଲ୍ୟ ମାର୍କେଟରେ ୧୪,୫୬୦ ଟଙ୍କା ରହିଛି ତାହା ଫ୍ଲିପକାର୍ଡର ଏହି ସେଲରେ ୧୨,୯୯୦ ଟଙ୍କାରେ ପାଇପାରିବେ। ଏହି ଫ୍ରିଜ ୧୮୫ ଲିଟରର ଥ୍ରୀ ଷ୍ଟାର। ଏହାକୁ ମଧ୍ୟ କ୍ରେଡିଟ/ଡେବିଟ କାର୍ଡରେ କିଣିଲେ କମ୍ପାନୀ ଏହା ଉପରେ ୧୦ ପ୍ରତିଶତ ଡିସକାଉଣ୍ଟ ରଖିଛି।

Flipkart-cooling-daysଫ୍ଲିପକାର୍ଡର ଏହି କୁଲିଙ୍ଗ ଡେ ସେଲରେ ସ୍ପିଲ୍ଟ ଇନଭେଟର ଏସିରେ ମଧ୍ୟ ଅଫର ରହିଛି। ଭୋଲଟାଜର ୧.୫ ଟନର ଏସି ଯାହା ବଜାରରେ ୫୫,୪୯୦ ଟଙ୍କାରେ ଉପଲ୍ଲବ୍ଧ, ତାହା ଆପଣ ଏହି ଅଫର ସମୟରେ ୩୨,୯୯୯ ଟଙ୍କାରେ କିଣିପାରିବେ। ନେଟ ବ୍ୟାଙ୍କିଙ୍ଗ ବା କ୍ରେଡିଟ୍/ଡେବିଟ୍ କାର୍ଡରେ କିଣିବା ଦ୍ବାରା ଆପଣ ଏଥିରେ ୧୦ ପ୍ରତିଶତ ରିହାତି ପାଇପାରିବେ। ଏହି ଏସି ପାଇଁ ୫,୫୦୦ ଟଙ୍କାରୁ ନୋ କଷ୍ଟ EMI ର ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.