ବେଆଇନ ପଥର ବୋଝେଇ ଟ୍ରକକୁ ଅଟକାଇବା ବେଳେ ଅଳ୍ପକେ ବର୍ତ୍ତିଲେ ସୋର ତହସିଲଦାର

ସୋର (କେନ୍ୟୁଜ୍) : ଅଳ୍ପକେ ବର୍ତ୍ତିଲେ ତହସିଲଦାର ଏବଂ ଡ୍ରାଇଭର। ବେଆଇନ ପଥର ବୋଝେଇ ଟ୍ରକ ଚେକିଂ ବେଳେ ସେହି ଟ୍ରକ ଧକାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୋର ତହସିଲଦାର ଦେବୀ ପ୍ରସାଦ ଦାଶ, ଡ୍ରାଇଭର କରୁଣାକର ସାହୁ ଓ ସୋର ଥାନା ଏଏସଆଇ ଅମୂଲ୍ୟ ଗିରି। ଜାତୀୟ ରାଜପଥ କଲେଜ ଛକରେ ଘଟିଛି ଘଟଣା।
ବେଆଇନ ପଥର ବୋଝେଇ ଟ୍ରକ ବାଗୁଡି ଖଞ୍ଜା ମାହାଲରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ତହସିଲ ଦ୍ବାରା ଚେକିଂର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ଟ୍ରକ୍ଟି ତହସିଲଦାରଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସି ଜୋରରେ ଧକ୍କା ଦେବା ସହ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ତହସିଲଦାରଙ୍କ କାର୍ର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯିବା ସହ ଟାୟାର ମଧ୍ୟ ଫାଟି ଯାଇଥିଲା । ତେବେ ଗାଡ଼ିରେ ବସିଥିବା ତହସିଲଦାରଙ୍କ ସମେତ ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ । ସନ୍ଦେହ କରାଯାଉଛି ଯେ ଜାଣିଶୁଣି ଏହି ଦୁର୍ଘଟଣା ଘଟାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।