ଆସନ୍ତା ୧୮ ତାରିଖ ଠାରୁ ବଦଳିବାକୁ ଯାଉଛି ATMରୁ ଟଙ୍କା ଉଠାଇବା ନିୟମ, ଏଣିକି ନିଜ ସାଥିରେ ରଖିବାକୁ ହେବ ଏହି ଏହି ନମ୍ବର

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ସେପ୍ଟେମ୍ବର ୧୮ ତାରିଖରୁ ଏଟିଏମରୁ ଟଙ୍କା କାଢ଼ିବା ନେଇ ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛି । ଏଣିକି ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ନିଜ ସାଙ୍ଗରେ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଫୋନ ସାଙ୍ଗରେ ନେବାକୁ ହେବ । ଲାଗୁ ହୋଇଥିବା ନିୟମ ଅନୁଯାୟୀ ନିଜ ସାଥିରେ ରେଜିଷ୍ଟର୍ଡ ନମ୍ବର ନରଖିଲେ ଆଉ ଟଙ୍କା ଉଠାଇ ହେବ ନାହିଁ । ଅନେକ ସମୟରେ ଗ୍ରାହକଙ୍କ ସହିତ ହେଉଥିବା ଧୋକାଧାରୀକୁ ରୋକିବା ପାଇଁ ହିଁ ବ୍ୟାଙ୍କ କତ୍ତୃପକ୍ଷଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏହାବାଦ ଏଟିଏମରେ ହେଉଥିବା ଅନଅଥରାଇଜଡ଼ ଟ୍ରାଞ୍ଜାକ୍ସନ ରୋକିବା ପାଇଁ ଏସବିଆଇ ତରଫରୁ ଏକ ବାନ ଟାଇମ ପାସ୍ୱାର୍ଡ ନମ୍ବର ସିଷ୍ଟମ ଲାଗୁହେବ । ଏଣିକି ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ ସହ ରେଜିଷ୍ଟର୍ଡ ପିନ ସହ ଡେବିଟ କାର୍ଡ ପିନ ବି ନେବାକୁ ହେବ ।

sbi atm

ଟଙ୍କା ଉଠାଇବା ପାଇଁ ଆବେଦନ କରିବା କ୍ଷଣି ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ନମ୍ବର ଆସିବ । ଆଉ ଏହି ଓଟିପି ନମ୍ବରର ବୈଧତା ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି । ଏହି ସୁବିଧା ଦେଶର ସମସ୍ତ ବ୍ୟାଙ୍କ ଏଟିଏମରେ ଉପଲବ୍ଧ ହେବ । ଯେବେକି, ପୁର୍ବରୁ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇବା ପାଇଁ ଓଟିପି ବ୍ୟବସ୍ଥା ରାତି ୮ ଟା ଠାରୁ ସକାଳ ୮ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିଲା । ଏହି ନିୟମ ଜାନୁଆରୀ ୧ ତାରିଖ ଠାରୁ ଲାଗୁ କରାଯାଇଥିବା ବେଳେ ଏହାକୁ ଆଉ ଟିକେ ସମ୍ପ୍ରସାରିତ କରାଯାଇଥିବା ନେଇ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।  ଆଉ ଏହି ବ୍ୟବସ୍ଥା ଲାଗୁହେଲେ ଏଟିଏମ କାର୍ଡ ଧାରକ ମାନେ କୌଣସି ପ୍ରକାର ଧୋକା, କାର୍ଡ ସ୍କିମିଙ୍ଗ, କାର୍ଡ କଲୋନିଙ୍ଗ ପରି ସାଙ୍ଘାତିକ ଧୋକା ଆଦିର ସାମ୍ନା

କରିବେ ନାହିଁ । ଆଉ ଓଟିପି ଜରିଆରେ ଟଙ୍କା ସୁବିଧା ଏସବିଆଇ କାର୍ଡରେ ଅନ୍ୟ ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ଉଠାଇବା ଉପରେ ଲାଗୁହେବ ନାହିଁ । କହିରଖିବା ଉଚିତ ହେବକି, ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ପୁରା ଭାରତରେ ପାଖାପାଖି ୨୨ ହଜାର ଶାଖା ରହିଛି । ଆଉ ଏଟିଏମ୍/ ସିଡିଏସ ନେଟୱର୍କ ୫୮୫୦୦ରୁ ଅଧିକ ରହିଛି । ଆଉ ଏକ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସମୟରେ ୬ କୋଟିରୁ ଅଧିକ ସଂଖ୍ୟକ ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ବ୍ୟବହାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.