Below header

ପିଲାବେଳେ ମୋଦିଙ୍କୁ ସମସ୍ତେ ‘ନରିୟା’ ବୋଲି ଡାକୁଥିଲେ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କେତେକ ଅଜଣା କଥା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଏ ଅବସରରେ ସବୁଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୋଦିଙ୍କ ବିଷୟରେ ସମସ୍ତେ ଛୋଟ ଛୋଟ କଥା ଜାଣିବାକୁ ଚାହିଁଥାନ୍ତି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମୋଦିଙ୍କୁ ନେଇ ଅନେକ ଚର୍ଚ୍ଚା ହୁଏ। ଆଜି ମୋଦିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କେତେକ ଅଜଣା କଥା…

  • ନରେନ୍ଦ୍ର ମୋଦି ବଡ଼ନଗରରେ ଦାମୋଦର ଦାସ ମୁଲଚନ୍ଦ ମୋଦି ଓ ହୀରାବେନ୍‌ଙ୍କ ଔରସରୁ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ।
  • ୫ ଭାଇ-ଭଉଣୀ ମଧ୍ୟରେ ନରେନ୍ଦ୍ର ମୋଦି ଦ୍ୱିତୀୟ ସନ୍ତାନ।
  • ପିଲାବେଳେ ନରେନ୍ଦ୍ରଙ୍କୁ ସମସ୍ତେ ନରିୟା ବୋଲି ଡାକୁଥିଲେ।
  • ନରେନ୍ଦ୍ର ମୋଦିଙ୍କ ବାପା ରେଳ ଷ୍ଟେସନ୍‌ରେ ଚା’ ବିକ୍ରି କରୁଥିଲେ।
  • ୧୯୬୫ରେ ଭାରତ-ପାକ୍‌ ଯୁଦ୍ଧ ବେଳେ ସେ ଷ୍ଟେସନ୍‌ରେ ସୈନିକଙ୍କୁ ଚାହା ପିଆଇଥିଲେ।
  • ପିଲାବେଳୁ ସାଧୁ ସନ୍ଥଙ୍କ ଠାରୁ ପ୍ରଭାବିତ ହୋଇ ମୋଦି ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ। ଏଣୁ ସେ ହିମାଳୟକୁ ତପସ୍ୟା କରିବାକୁ ଚାଲିଯାଇଥିଲେ।

modi

  • ଦୁଇ ବର୍ଷ ପରେ ସେ ସେଠାରୁ ଫେରି ସନ୍ନ୍ୟାସ ଜୀବନ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।
  • ସେ ଅହମ୍ମଦାବାଦର କେତେକ ସ୍ଥାନରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ।
  • ୧୮ ବର୍ଷ ବୟସରେ ତାଙ୍କ ମା ବାଂସକାଟା ଜିଲ୍ଲାର ରାଜୋସାନା ଗାଁରେ ରହୁଥିବା ଯଶୋଦା ବେନ୍‌ଙ୍କ ସହ ତାଙ୍କ ବିବାହ କରିଦେଇଥିଲେ।
  • ପରେ ନରେନ୍ଦ୍ର ମୋଦି ଘର ଛାଡ଼ି ସଂଘର ପ୍ରଚାରକ ବନିଗଲେ।
  • ଅହମ୍ମଦାବାଦର ସଂଘ ମୁଖ୍ୟାଳୟରେ ରହି ସେ ସେଠାକାର ଛୋଟ ବଡ଼ କାମ କରିବାକୁ ଲାଗିଲେ।
  • ନରେନ୍ଦ୍ର ମୋଦି କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ମା’ଙ୍କ ଆର୍ଶୀବାଦ ନିଶ୍ଚୟ ନେଇଥାନ୍ତି। ନିର୍ବାଚନ ଜିତିବା ପରେ ବି ସେ ପ୍ରଥମେ ମା’ଙ୍କ ଆଶୀର୍ବାଦ ନେଇଥିଲେ।

modi2

  • ନରେନ୍ଦ୍ର ମୋଦି ଅନ୍ୟ ପ୍ରଚାରକଙ୍କ ଠାରୁ ଅଲଗା ହୋଇ ଦାଢ଼ି ରଖନ୍ତି ଓ ଏହାକୁ ଟ୍ରିମିଂ ବି କରନ୍ତି।
  • ନରେନ୍ଦ୍ର ମୋଦି ନିଜକୁ ଜଣେ କବି ଓ ଲେଖକ ମାନନ୍ତି।
  • ସେ ଗୁଜରାଟୀ ଭାଷାରେ ଅନେକ ଲେଖା ଲେଖିଛନ୍ତି।
  • ନରେନ୍ଦ୍ର ମୋଦି ଶାକାହାରୀ ଓ ସେ ଜୀବନରେ କେବେ ବି ସିଗାରେଟ୍‌ ଓ ମଦକୁ ହାତ ବି ଲଗାଇନାହାନ୍ତି।
  • ମୋଦି ଦିନକୁ ମାତ୍ର ମାଢ଼େ ୩ ଘଣ୍ଟା ହିଁ ଶୋଇଥାଆନ୍ତି। ସେ ସକାଳେ ୫.୩୦ରେ ଉଠନ୍ତି।
  • ଲାଲକୃଷ୍ଣ ଆଡଭାନୀଙ୍କୁ ନରେନ୍ଦ୍ର ମୋଦି ରାଜନୀତିକ ଗୁରୁ ବୋଲି ମାନନ୍ତି।
  • ମୋଦି ଗୁଡ଼ି ଉଡ଼ାଇବାକୁ ଭଲ ପାଆନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.