Viral Video: ରାତିରେ ଚମକୁଛି ଏହି ବେଙ୍ଗ, ଜାଣନ୍ତୁ କାହିଁକି ?

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ, ଯାହାକି ଆମକୁ ଚମକାଇ ଦିଏ। ଏବେ ପୁଣି ଇଣ୍ଟରନେଟରେ ଛାଇଯାଇଥିବା ଏକ ଭିଡ଼ିଓକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ ବେଙ୍ଗ ଯେତେବେଳେ ଜୁଳୁଜୁଳିଆ ପୋକକୁ ଖାଇଦେଉଛି, ସେତେବେଳେ ତା’ର ଆଲୁଅ ବେଙ୍ଗ ଶରୀର ଭିତରୁ ବି ବାହାରକୁ ବାହାରୁଛି। ଟୁଇଟରରେ ଏହି ଭିଡ଼ିଓକୁ ହଜାରେ ଲୋକ ଦେଖିସାରିଲେଣି। ସେହିପରି ଅନେକ ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି।

2

କୁହାଯାଉଛି, ଭିଡ଼ିଓଟି ବହୁତ ପୁରୁଣା। କିନ୍ତୁ ଏବେ ଏହା ଭାଇରଲ ହେଉଛି। ୧୪ ସେକେଣ୍ଡର ଏହି ଭିଡ଼ିଓରେ ଆପଣ ବେଙ୍ଗକୁ କାନ୍ଥ ଉପରେ ଚଢିଥିବାର ଦେଖିବାକୁ ପାଇବେ। କିଛି ସେକେଣ୍ଡ ଭିତରେ ତା’ ପେଟରୁ ହଠାତ ଆଲୁଅ ବାହାରୁଛି। ଏହା ନିୟମିତ ବ୍ୟବଧାନରେ ଚମକିବାକୁ ଲାଗୁଛି। ରାତିରେ ବୁଲୁଥିବା ଜୁଳୁଜୁଳିଆ ପୋକକୁ ବେଙ୍ଗ ଖାଇ ଦେଇଥିବାରୁ ପେଟ ଭିତରେ ବି ତା’ ଚମକ ବାରମ୍ବାର ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.