ଖାଲିପଡିଛି ଚିକିତ୍ସା ଅଧିକାରୀ ସହିତ ଅନେକ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଆପଣ ଯଦି ଚାକିରି କରିବାକୁ ଇଚ୍ଛୁକ ତେବେ ନିଶ୍ଚିତ ଏହି ଖବର ପଢନ୍ତୁ। ଜେନେରାଲ ସର୍ଭିସ ଅର୍ଗାନାଇଜେସନ (GSO) ରେ ଚିକିତ୍ସା ଅଧିକାରୀ, ଟେକନିକ ଅଧିକାରୀ ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୬ ଜୁନ୍‌ ରହିଛି। ପ୍ରାର୍ଥୀ ଆବେଦନ କରିବାର ଏକ ସଫ୍ଟ କପି ଅଫିସିଆଲ ୱେବସାଇଟ www.igcar.gov.in କୁ ଯାଇ ଡାଇନଲୋଡ କରିପାରିବେ।

ପଦବୀ ବିବରଣୀ : ୨୫

ଚିକିତ୍ସା ଅଧିକାରୀ: ୬

ଟେକନିକ ଅଧିକାରୀ: ୧

ନର୍ସ: ୫

ଆସିଷ୍ଟାଣ୍ଟ: ୭

ଫାର୍ମାସିଷ୍ଟ: ୧

ଟେକ୍ନିସିଆନ: ୫

ବୟସ ସୀମା : ଆବେଦନକାରୀଙ୍କ ବୟସ ଅତିକମରେ ୧୮ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ: ଚିକିତ୍ସା ଅଧିକାରୀ ପଦବୀ ପାଇଁ ୩୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ନର୍ସ/ସାଇଣ୍ଟିଫିକ ଆସିଷ୍ଟାଣ୍ଟ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ଦବାକୁ ହେବ। ଫାର୍ମାସିଷ୍ଟ ଏବଂ ଟେକ୍ନିସିଆନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଇଚ୍ଛୁକ ପ୍ରାର୍ଥୀ ଆପ୍ଲିକେସନ ଫର୍ମର ସଫ୍ଟ କପିକୁ କୌଣସି ପରିବର୍ତ୍ତନ ନ କରି ପୂରଣ କରିବାକୁ ହେବ। ପ୍ରାର୍ଥୀଙ୍କୁ ସଫ୍ଟ କପି igcar.gov.in ଅଫିସିଆଲ ୱେବସାଇଟରେ ମିଳିବ। ଆବେଦନ ଫର୍ମ ପୂରଣ କରିବା ପରେ ନିଜର ଆବେଦନ ପତ୍ର [email protected] କୁ ଯାଇ ମେଲ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

[email protected]

http://www.igcar.gov.in/gso/recruitment/Advt01_2022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.