ବଜେଟ ଉପସ୍ଥାପନର ଦ୍ବିତୀୟ ଦିନରେ କମ୍ରାଗତ ଭାବେ ଖସିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ୍ ପ୍ରତି ଦର

ଫେବୃୟାରୀରେ ବଜେଟରେ ସୁନା ଓ ରୂପା ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ସୁନା ଦାମ୍ ଖସିବାରେ ଲାଗିଛି । ଜାନୁୟାରୀରେ ସୁନା ଦାମ୍ ୨ ପ୍ରତିଶତ ପର୍ଯ୍ୟନ୍ତ ଖସିଥିଲା । ଫେବୃୟାରୀ ଆରମ୍ଭରେ ସୁନା ଦାମ୍ ବଢିଥିଲା କିନ୍ତୁ କମ୍ ସମୟରେ ଏହା ପୁଣି ଖସିଯାଇଛି । ଗତକାଲି ଅପେକ୍ଷା ଗ୍ରାମ ପ୍ରତି ସୁନା ଦାମ୍ ୯୦୦ ଟଙ୍କା କମିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୫୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୫୯୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫, ୧୫୦ ଟଙ୍କା ଓ ୪୯, ୨୬୦ ଟଙ୍କା ଛୁଇଁଛି।

gold

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୫୯୦ ଟଙ୍କା ଓ ୪୮,୫୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୩୦୦ ଟଙ୍କା ଓ ୫୧,୬୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୮୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୦୮୦ ଟଙ୍କା ଓ ୫୦,୭୮୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଆଜି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୬,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.