ସ୍ଥିର ଅଛି ସୁନା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୧୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୦,୩୪୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୦୦୦ ଟଙ୍କା ଓ ୪୮,୩୭୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୦୧୦ ଟଙ୍କା ଓ ୪୭,୦୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୧୪୦ ଟଙ୍କା ଓ ୫୦,୩୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୩୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୩୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୫୫୦ ଟଙ୍କା ଓ ୪୯,୨୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ ମଧ୍ୟ ଆଜି କମ୍ ରହିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୮୦୦ ଟଙ୍କା କମି ୬୩,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।