Below header

ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆଜିର ତାଜା ଅପଡେଟ୍

ଆଜି ଭାରତୀୟ ବଜାରରେ ସୁନା ଦର ସ୍ଥିର ରହିଛି । ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୨୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୨୨୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୯୯୦ ଟଙ୍କା ଓ ୪୭,୮୯୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୨୨୦ ଟଙ୍କା ଓ ୪୭,୨୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୧୦୦ ଟଙ୍କା ଓ ୫୦,୩୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୨୮୦ ଟଙ୍କା ଓ ୪୮,୯୮୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୂପା ମୂଲ୍ୟ ମଧ୍ୟ ସ୍ଥିର ରହିଛି । ଆଜି ରୂପା କିଲୋଗ୍ରାମ ପ୍ରତି ୬୭,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.