ଆକାଶ ଛୁଇଁଲା ସୁନା ଦର, ଟପିଲା ୬୦ ହଜାର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୭୨୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୩୦୦ ଟଙ୍କା ଓ ୬୦,୩୩୦ ଟଙ୍କା ହୋଇଛି।

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ସୁନା ଦର ତ ବର୍ତ୍ତମାନ ସମୟରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ସୁନା କିଣିବା ପାଇଁ ଲୋକେ ଘରେ ରହୁଥିବା ପୁରୁଣା ସୁନାକୁ ବଦଳ କରୁଛନ୍ତି । ସୁନା ଦରରେ ବର୍ତ୍ତମାନ ଦେଖାଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୭୨୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୩୦୦ ଟଙ୍କା ଓ ୬୦,୩୩୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୦୦୦ ଟଙ୍କା ଓ ୬୧,୦୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୪୫୦ ଟଙ୍କା ଓ ୬୦,୪୮୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୩୦୦ ଟଙ୍କା ଓ ୬୦ ,୩୩୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୪ ,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।