ଡୋନାଲ୍‌ଡ ଟ୍ରମ୍ପଙ୍କୁ ମହଙ୍ଗା ପଡିଲା ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଘଟଣା: ଗିରଫର ଅଧ ଘଣ୍ଟା ପରେ ମିଳିଲା ଜାମିନ

ଗିରଫ ହେଲେ ଡୋନାଲ୍‌ଡ ଟ୍ରମ୍ପ । ଆରେଷ୍ଟ ହେବାର ଘଣ୍ଟାଏ ପରେ ଜାମିନ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ।

ନୂଆଦିଲ୍ଲୀ : ଗିରଫ ହେଲେ ଡୋନାଲ୍‌ଡ ଟ୍ରମ୍ପ । ଆରେଷ୍ଟ ହେବାର ଘଣ୍ଟାଏ ପରେ ଜାମିନ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏହାପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଗିରଫ ପରେ କୋର୍ଟର ଏକ ପ୍ରକୋଷ୍ଠକୁ ନେଇ ପୋଲସି ତାଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରିଥିଲା । ଯାହାକି ପୋଲିସ ରେକର୍ଡରେ ବ୍ୟବହାର କରାଯିବ ।

ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗ ସମ୍ପର୍କରେ ପଢ଼ି ଶୁଣାଇଥିଲେ ବିଚାରପତି । ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ଅର୍ଥାତ ସେ ଦୋଷ ସ୍ୱୀକାର କରି ନଥିଲେ । କୋର୍ଟରେ ପ୍ରାୟ ୫୭ ମିନିଟ ଧରି ଶୁଣାଣି ପ୍ରକ୍ରିୟା ଚାଲିଥିଲା । ଏହାପରେ ବେଲ୍‌ ପାଇଥିଲେ ଡୋନାଲ୍ଟ ଟ୍ରମ୍ପ । ବିଚାରପତି ଟ୍ରମ୍ପଙ୍କୁ ବ୍ୟକିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ଜାମିନରେ ଯିବା ପରେ ଟ୍ରମ୍ପ କହିଛନ୍ତି, ସେ କେବେ ଭାବି ନଥିଲେ ଆମେରିକାରେ ଏମିତି ଘଟଣା ଘଟିବ । ମୁଁ କେବଳ ଗୋଟିଏ ଅପରାଧ କରିଛି । ତାହା ହେଲା ନିର୍ଭୟର ସହ ନିଜ ଦେଶକୁ ବିନାଶ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ରକ୍ଷା କରିବା । ଅପରାଧିକ ମାମଲା ସାମନା କରିଥିବା ଆମେରିକାର ସେ ହୋଇଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି । ୨୦୧୬ରେ ଟ୍ରମ୍ପଙ୍କ ସହ ଆଫେୟାର୍ସ ନେଇ ପ୍ରଘଟ କରିଥିଲେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ । ତାଙ୍କୁ ମୁହଁ ଚୁପ୍‌ ରଖିବାରୁ ଟ୍ରମ୍ପ ୧ଲକ୍ଷ ୩୦ହଜାର ଡଲାର ଦେଇଥିବା ଅଭିଯୋଗ ରହିଥିଲା । ଏହି ମାମଲାରେ ଟ୍ରମ୍ପଙ୍କୁ ନ୍ୟୁୟର୍କ ମାନହଟନର ଗ୍ରାଣ୍ଡ ଜୁରୀ ଦୋଷୀ ସାବ୍ୟସ୍ତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.