ଦୁଇ ବନ୍ଧୁଙ୍କ ସହ ମିଶି ପ୍ରେମିକକୁ ମାରିଲା ପ୍ରେମିକା, ୪୦୦ କିଲୋମିଟର ଦୂରରେ ଫିଙ୍ଗିଲା ଖଣ୍ଡ ବିଖଣ୍ଡିତ ମୃତଦେହ
ଲୋମ ଟାଙ୍କୁରା ହତ୍ୟାକାଣ୍ଡ। ତାମିଲନାଡୁର ପୁଡୁକୋଟାଇ ଅଞ୍ଚଳରେ ବନ୍ଧୁ ସହ ମିଶି ପ୍ରେମିକକୁ ବୀଭତ୍ସ ହତ୍ୟା କଲା ପ୍ରେମିକା । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା ପ୍ରେମିକା । ୪୦୦ କିଲୋମିଟର ଦୂରରେ ଫିଙ୍ଗିଲା ଖଣ୍ଡ ବିଖଣ୍ଡିତ ମୃତଦେହ ।

ନୂଆଦିଲ୍ଲୀ : ଲୋମ ଟାଙ୍କୁରା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଅନ୍ୟ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ବନ୍ଧୁ ସହ ମିଶି ପ୍ରେମିକକୁ ବୀଭତ୍ସ ହତ୍ୟା କଲା ପ୍ରେମିକା । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା ପ୍ରେମିକା । ୪୦୦ କିଲୋମିଟର ଦୂରରେ ଫିଙ୍ଗିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ତାମିଲନାଡୁର ପୁଡୁକୋଟାଇ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ହତ୍ୟା ପରେ ପ୍ରେମିକା ଗିରଫ ହୋଇଥିବା ବେଳେ ଦୁଇ ବନ୍ଧୁ ଫେରାର ହୋଇଯାଇଛନ୍ତି ।
ମୃତକଙ୍କ ନାଁ ଏମ୍ ଜୟନ୍ତନ୍ । ସେ ଚେନ୍ନାଇ ବିମାନବନ୍ଦରରେ ଥାଇ ଏୟାରେଓ୍ଵଜର ଜଣେ ଗ୍ରାଉଣ୍ଡ ଷ୍ଟାଫ୍ ଭାବେ କାମ କରୁଥିଲେ । ତାଙ୍କ ପ୍ରେମିକା ଭାଗ୍ୟଲକ୍ଷ୍ମୀ ଥିଲେ ଜଣେ ସେକ୍ସ ଓ୍ଵାର୍କର । ୨୦୨୦ରେ ତାମ୍ବରର ଏକ ଲଜ୍ରେ ଉଭୟଙ୍କର ଦେଖା ହୋଇଥିଲା । ପରେ ପରିବାରର ଅଗୋଚରରେ ଜୟନ୍ତନ୍ ଭିଲୁପୁରମ୍ର ଏକ ମନ୍ଦିରରେ ଭାଗ୍ୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ବିବାହର ବର୍ଷେ ପରେ ଭାଗ୍ୟଲକ୍ଷ୍ମୀ ଜଣେ ସେକ୍ସ ଓ୍ଵାର୍କର ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ବିବାଦ ତୁଟାଇବାକୁ ଭାଗ୍ୟଲକ୍ଷ୍ମୀ ମାର୍ଚ୍ଚ ୧୮ରେ ଜୟନ୍ତନଙ୍କୁ ଫୋନ୍ କରି ପୁଡୁକୋଟାଇ ସ୍ଥିତ ନିଜ ଘରକୁ ଡାକିଥିଲେ । ସେଠାରେ ଦୁଇ ବନ୍ଧୁଙ୍କ ସହ ମିଶି ଜୟନ୍ତନଙ୍କୁ ହତ୍ୟା କରିଥିଲେ ଭାଗ୍ୟଲକ୍ଷ୍ମୀ ।
ମାର୍ଚ୍ଚ ୨୦ରେ ଜୟନ୍ତନଙ୍କ ଦୁଇ ହାତ ଓ ଦୁଇ ଗୋଡକୁ କାଟିଥିଲେ । ତାକୁ ନେଇ କୋଭଲାମ୍ ନିକଟରେ ଏକ ର୍ନିମାଣସ୍ଥଳୀରେ ପିଙ୍ଗି ଦେଇଥିଲେ । ପରେ ଶରୀରକୁ ପିସ୍ ପିସ୍ କରି ପଲିଥିନ୍ ବ୍ୟାଗରେ ପୁରାଇ କୋଭଲାମ୍ ବେଳାଭୂମିରେ ଗାତଖୋଳି ପୋତି ଦେଇଥିଲେ ଭାଗ୍ୟଲକ୍ଷ୍ମୀ । ସେପଟେ ଜୟନ୍ତନଙ୍କ ନିଖୋଜ ସମ୍ପର୍କରେ ତାଙ୍କ ଭଉଣୀ ତଥା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଚେନ୍ନାଇର ଏକ ପୋଲିସ୍ ଟିମ୍ ପଡୁକୋଟାଇ ଯାଇ ଭାଗ୍ୟଲକ୍ଷ୍ମୀଙ୍କୁ ଗିରଫ କରିଛି ।