ବଢିଲା ସୁନା ଦାମ୍, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୦ ଟଙ୍କା ବଢ଼ି ୪୬,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୦ ଟଙ୍କା ବଢ଼ି ୪୭,୨୦୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୧୧୦ ଟଙ୍କା ଓ ୪୮,୧୧୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୨୦୦ ଟଙ୍କା ଓ ୪୭,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୧୫୦ ଟଙ୍କା ଓ ୫୦,୨୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୪୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୬୭୦ ଟଙ୍କା ଓ ୪୯,୨୨୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୂପା ମୂଲ୍ୟ ହ୍ରାସ ପାଇଛି। ଆଜି ରୂପା କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ବଢ଼ି ୬୮,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.