ଟାଙ୍ଗୀ ସାମନ୍ତରାପୁର ଗାଁରେ ମର୍ଡର: ଟାଙ୍ଗିଆରେ ହାଣି ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ଦୁର୍ବୃତ୍ତ

ଟାଙ୍ଗୀ(କେନ୍ଯୁଜ୍): ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ହତ୍ୟା କଲା ଦୁର୍ବୃତ୍ତ । ଏପରିକି ମୃତକଙ୍କ ମୁଣ୍ଡରେ ଟାଙ୍ଗିଆ ଲାଗି ରହିଥିବା ଦେଖିବାକୁ ମିଳିଛି । ଘର ଠାରୁ ମାତ୍ର କିଛି ଦୂରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ କଟକ ଜିଲ୍ଲା ଟାଙ୍ଗୀ ଥାନା ସାମନ୍ତରାପୁର ଗାଁର ଗୌତମ ଚରଣ ସ୍ୱାଇଁ ।

ସୂଚନା ଅନୁଯାୟୀ, ଗତ ସନ୍ଧ୍ୟାରେ ସେ ଶୌଚ ପାଇଁ ଯାଇଥିଲେ । ଦୀର୍ଘ ୪ଘଣ୍ଟା ପରେ ମଧ୍ୟ ସେ ଫେରିନଥିବାରୁ ପରିବାର ଖୋଜାଖୋଜି ଆରମ୍ଭ କରିଥିଲେ । ଏକ କାଦୁଅ ବିଲରେ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା । କେହି ଦୁର୍ବୃତ୍ତ ବେକ, ଛାତି ମୁଣ୍ଡକୁ ହାଣି ହତ୍ୟା କରିଛି । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.