Below header

ତିନି ଦିନ ପରେ ଆଜି ବଢ଼ିଲା ସୁନା-ରୂପା ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦର

ତିନି ଦିନ ପରେ ଆଜି ସୁନା ଦର ବଢ଼ିଥିବା ଦେଖିବାକୁ ମିଳିଛି। ୟୁଏସ କ୍ରୁଡ଼ ଅଏଲ WTIର ମୂଲ୍ୟ ଶୂନ୍ୟରୁ ତଳକୁ ଖସିଥିବା ବେଳେ ମଙ୍ଗଳବାର ସୁନା ଦାମ ଉପରକୁ ଉଠିଛି। ଆଜି ସକାଳେ ସୁନା ଦାମ ୫ ଜୁନ,୨୦୨୦ ମୂଲ୍ୟ ଅନୁସାରେ ୦.୭୦ ପ୍ରତିଶତ ବା ୩୧୮ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୬,୦୩୨ ଟଙ୍କାରେ ପହଞ୍ଚିଛି। ସେହିପରି ଆଜି ଏମସିଏକ୍ସରେ ୫ ଅଗଷ୍ଟ ୨୦୨୦ ମୂଲ୍ୟ ଅନୁସାରେ ସୁନା ଦର ୦.୫୫ ପ୍ରତିଶତ ବା ୨୫୨ ଟଙ୍କା ବଢ଼ି ୧୦ ଗ୍ରାମକୁ ୪୬,୧୩୬ ରେ ପହଞ୍ଚିଛି।

सोने-चांदी की कीमतों में भारी गिरावट ...

କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ଏମସିଏକ୍ସରେ ମେ ୫,୨୦୨୦ ଅନୁସାରେ ରୂପା ଦାମ ୦.୦୧ ପ୍ରତିଶତ ବା ୪୩ ପ୍ରତିଶତ ବଢ଼ି କିଲୋଗ୍ରାମ ପିଛା ୪୨,୭୮୦ ଛୁଇଁଛି। କିନ୍ତୁ ଏମସିଏକ୍ସରେ ୩ ଜୁଲାଇ,୨୦୨୦ ଅନୁସାରେ ରୂପା ଦାମ ମଙ୍ଗଳବାର ସକାଳେ ୦.୦୯ ପ୍ରତିଶତ ବା ୪୦ ଟଙ୍କା ହ୍ରାସ ପାଇ କିଲୋ ପିଛା ୪୩,୩୦୦ ଟଙ୍କାରେ ରହିଛି।

Precious Metals: Gold, silver rise in futures trade amid strong ...

ତେବେ କରୋନା ସ୍ଥିତିର ପ୍ରଭାବ ଲୋକଙ୍କ ସାଧାରଣ ଜୀବନକୁ ପ୍ରଭାବିତ କରିଥିବା ବେଳେ ସୁନା ଦର ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଲୋକମାନେ ବର୍ତ୍ତମାନ ସୁନା କିଣୁନଥିଲେ ମଧ୍ୟ ବଜାର ମୂଲ୍ୟ ଅନୁସାରେ ଏହାର ଦାମରେ କମ ବେଶୀ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.