Below header

କରୋନା ମୁକାବିଲା ପାଇଁ ସଚେତନ କରିବା ପଡିଲା ମହଙ୍ଗା, ଆଶା ଦିଦିଙ୍କ ଉପରେ ଗରମ ପେଜ ଫୋପାଡିଲେ ଲୋକେ

ନୟାଗଡ଼: କରୋନା ମୁକାବିଲା ପାଇଁ ସଚେତନ କରିବା ମହଙ୍ଗା ପଡିଲା । ଆଶା ଦିଦିଙ୍କ ଉପରକୁ ଗରମ ପେଜ ଫୋପାଡିଲେ କିଛି ଲୋକେ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଗେଲିଗେଣ୍ଡା ଗାଁରେ । ଗାଁର ଆଶା କର୍ମୀ ମାଧୁରୀ ନାୟକ ଗାଁରେ ବୁଲି ବୁଲି ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରୁଥିଲେ । ଏହି ସମୟରେ ଗାଁର ମୁନୁ ନାମକ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ମାଧୁରୀଙ୍କ ଉପରେ ଗରମ ପେଜ ପକାଇଥିଲେ । ଆହତ ମାଧୁରୀଙ୍କୁ ଏବେ ଦଶପଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ବାଣିଗୋଛା ପୋଲିସ ମୁନୁକୁ ଅଟକ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.