ପୁଣି କମିଲା ସୁନା ଦାମ, ଜଲଦି କରନ୍ତୁ ଆଜି ହିଁ କିଣିନିଅନ୍ତୁ

ଗୁରୁବାର ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ମଙ୍ଗଳବାର ଏହି ଦର ୪୬,୯୧୨ ଟଙ୍କା ରହିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୬୫୭ ଟଙ୍କା ରହିଛି। ୨୫୫ ଟଙ୍କା କମିଛି ସୁନାର ଦାମ୍ । ‌ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର ହ୍ରାସ ଘଟିଛି । ଏକ ରିପୋର୍ଟ ଅନୁଯାୟୀ, ରୂପାର ମୂଲ୍ୟ କିଲୋପ୍ରତି ୪୮,୯୩୬ ଟଙ୍କା ରହିଛି।

gold 1

ଠିକ ସେହିପରି ବିଶ୍ୱ ବଜାରରେ ଚାନ୍ଦି ଦରରେ ବି ଏକ ଭାରି ପରିବର୍ତ୍ତନ ଲକ୍ଷ କରାଯାଇଛି । ମଙ୍ଗଳବାର ଏହି ମୂଲ୍ୟ ୪୮,୮ ୬୧ ଟଙ୍କା ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୮,୫୯୦ ଟଙ୍କା ରହିଛି। ସୁନା ଓ ରୂପା ବତ୍ୟତ ପ୍ଲାଟିନମ, ପାଲାଡିୟମ ପରି ମୂଲ୍ୟବାନ ଧାତୁ ଗୁଡିକରେ ବି ବଡ ଧରଣର ହ୍ରାସ ଘଟିଛି । ପ୍ଲାଟିନମ ମୂଲ୍ୟ ୦.୯୨ ପ୍ରତିଶତ ବା ୭ .୬୯ଡ଼ଲାର ହ୍ରାସ ସହିତ ଆଉନ୍ସ ପିଛା ୮୨୫.୭୨ ଡ଼ଲାରରେ ପହଞ୍ଚିଥିବା ବେଳେ ପୋଲାଡିୟମ ମୂଲ୍ୟ ୨.୮୭ ପ୍ରତିଶତ ବା ୫୬.୧୧ ଡ଼ଲାର ହ୍ରାସ ପାଇ ଆଉନ୍ସ ପ୍ରତି ୧୮୯୯.୭୯ ଡ଼ଲାରରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.