ସୁନା ଦର ଟିକେ କମିଛି, ହେଲେ ଗ୍ରାହକ ସନ୍ତୁଷ୍ଟ ନୁହନ୍ତି

ଭୁବନେଶ୍ୱର (କେ ନ୍ୟୁଜ୍) : ସୁନା ଦର ଗତକାଲି ତୁଳନାରେ କିଛି କମିଛି । ହେଲେ ଏହି କମିବାଟାକୁ ହୁଏତ ଗ୍ରାହକ ପସନ୍ଦ ନକରି ପାରନ୍ତି । କାରଣ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୪୦ ଟଙ୍କା ଓ ୨୪ କ୍ୟାରେଟ୍ ୧୦ ଗ୍ରାମ୍କୁ ୫୦ ଟଙ୍କା କମିଛି । ଗତକାଲି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୩୬,୬୬୦ ଟଙ୍କା ଥିବା ବେଳେ ଆଜି ୩୬,୬୨୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ଗତକାଲି ୧୦ ଗ୍ରାମ୍କୁ ୪୦,୦୦୦ ଟଙ୍କା ଥିବା ବେଳେ ଆଜି ୩୯,୯୫୦ ଟଙ୍କା ରହିଛି ।