ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ଦର ଜାଣନ୍ତୁ

କିଛି ଦିନ ଲଗାତାର ବୃଦ୍ଧି ଘଟିବା ପରେ ସୁନା ମୂଲ୍ୟ କିଛି ପରିମାଣରେ କମିଥିବା ଲକ୍ଷ କରାଯାଇଛି । ଶୁକ୍ରବାର ସନ୍ଧ୍ୟା ଓ ଶନିବାର ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୫୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯ ହଜାର ୫୪୦ ଟଙ୍କାରେ ପହଁଚିଥିବା ନେଇ ଜଣାଯାଇଛି । ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ହ୍ରାସ ଘଟିଥିବା ମଧ୍ୟ ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୩,୨୯୦ ଟଙ୍କା ଓ ୪୮,୮୬୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଯଥାକ୍ରମେ ୫୪,୧୧୦ ଟଙ୍କା ଓ ୪୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୫୩,୨୯୦ ଟଙ୍କା ଓ ୪୮,୮୬୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ମାଧ୍ୟମ ଧରଣର ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୨୯୦ ଟଙ୍କାରେ ପହଁଚିଥିବା ବେଳେ ୨୨କ୍ୟାରେଟ ସୁନା ଦର ୪୮,୮୬୦ ଟଙ୍କାରେ ପହଁଞ୍ଚିଥିବା ନେଇ ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.