ପୁଣି ଖସିଛି ସୁନା ଦର, ଜଲଦି କରନ୍ତୁ ଶୀଘ୍ର କିଣି ନିଅନ୍ତୁ

ମଙ୍ଗଳ ବାର ଦେଶ ବ୍ୟାପୀ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଦିନ ବ୍ୟାପି ବୃଦ୍ଧି ଓ କମ ପରେ ସୁନା ଓ ରୂପା ଉଭୟ ଦର କମିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପିଛା ୪୬,୦୦୦ ଟଙ୍କାରେ ସ୍ଥିର ରହିଛି । ଯେବେକି ମଙ୍ଗଳବାର ସକାଳେ ୨୨
କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୧୯୭ ଟଙ୍କା ଥିଲା । ସକାଳୁ କିଛି ସମୟ ପର୍ଯ୍ୟନ୍ତ ଏହି ଦର ସ୍ଥିର ରହିବା ପରେ ଅପରାହ୍ନରେ ହଠାତ ଏହି ମୂଲ୍ୟ ହ୍ରାସ ପାଇଥିଲା । କିନ୍ତୁ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୧୮୪ ଟଙ୍କାରେ ସ୍ଥିର ରହିଛି | ଅନ୍ୟ ପକ୍ଷରେ ରୂପା ଦରରେ ଗତକାଲି ଏକ ବିରାଟ ପରିବର୍ତ୍ତନ ଆସିଛି ।

ଲଗାତାର ତିନି ଦିନ ଧରି ଏହି ଦର ବଢିବା ପରେ ସନ୍ଧ୍ୟାରେ କିଲୋଗ୍ରାମ ପ୍ରତି ୫୫୦ ଟଙ୍କା ହ୍ରାସ ପାଇ ୫୦,୦୫୦ ଟଙ୍କାରେ ସ୍ଥିର ରହିଛି । ଯେବେକି ସୋମବାର ଏହି ଦର ୫୦,୦୦୦ ଟଙ୍କା ପାର ହୋଇଯାଇଥିଲା । ଖାଲି ଭାରତ ନୁହେଁ ବିଶ୍ୱ ସ୍ଥରରେ ବି ଏହି ଦୁଇ ମୂଲ୍ୟ ବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ଆମେରିକା, ବ୍ରିଟେନ, ୟୁରୋପ ଆଦି ଦେଶ ଗୁଡିକରେ ବି ସୁନା ମୂଲ୍ୟ ହ୍ରାସ ପାଇଛି । ନ୍ୟୁୟର୍କରେ ସୁନା ଦର ଆଉନ୍ସ ପ୍ରତି ୨ ଡ଼ଲାର ଖସି ୧୭୪୬ ଡ଼ଲାରରେ ପହଂଚିଛି । ଯେବେକି ରୂପା ଦାମ ବି ଅଉନ୍ସ ପ୍ରତି ୧୮.୭୩ ଡ଼ଲାର ରହିଛି ।

Leave A Reply

Your email address will not be published.